ପଣା ସଂକ୍ରାନ୍ତି ର ଅନ୍ୟନାମ ମହାବିଷୁବ ସଂକ୍ରାନ୍ତି, ଯାହାକି ଓଡ଼ିଆ ନବବର୍ଷ ଭାବରେ ପରିଚିତ l ଏହିଦିନଟି କେବଳ ଓଡ଼ିଶାରେ ନୁହେଁ, ଝାରଖଣ୍ଡ ଓ ବିହାର ରେ ମଧ୍ୟ ପାଳନ କରାଯାଇଥାଏ l ଏହିଦିନ ଟି ରେ ମେଷ ସଂକ୍ରାନ୍ତି ଭାବରେ ମଧ୍ୟ ଜଣାଶୁଣା ଅଟେ l ଏହିଦିନ ଟି ଗୋଟିଏ ଏଭଳି ଦିନ ଅଟେ ଯାହାକି ସମ୍ପୂର୍ଣ ଓଡ଼ିଆ ପରମ୍ପରା ର ପ୍ରସିଦ୍ଧ ଦିନ ଅଟେ l ଲୁନିଷୋଲାର କ୍ୟାଲେଣ୍ଡର ଅନୁସାରେ ଏହି ପର୍ବ ତିଥି ସୌର ଚକ୍ର କରିଥିବା କରିବା ସହିତ ନିର୍ଧାରିତ କରାଯାଇଥାଏ l ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି କୁ ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡର ରେ ନୂଆ ବର୍ଷ ର ପ୍ରାରମ୍ଭିକ ଦିନ ବୋଲି କୁହାଯାଇଥାଏ l ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି କୁ ପରମ୍ପରା ଭାବରେ ପଣାସଂକ୍ରାନ୍ତି ଦିନକୁ ଓଡ଼ିଆ କ୍ୟାଲେଣ୍ଡର ର ଆରମ୍ଭ ବୋଲି କୁହାଯାଇଥାଏ l
ପ୍ରତିବର୍ଷ ଅପ୍ରେଲ ମାସ ୧୪ ତାରିଖ ରେ ମହାବିଷୁବ ସଂକ୍ରାନ୍ତି କୁ ପାଳନ କରାଯାଇଥାଏ, ଏହିଦିନ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରିଥାଆନ୍ତି l ଏହା ଗୋଟିଏ ପ୍ରାଚୀନ ପରମ୍ପରା ଅଟେ , ଏହିଦିନ ମଧ୍ୟ ଉତ୍ତର ଗୋଲାର୍ଧ୍ୱ ରେ ବସନ୍ତ ର ଆଗମନ ଅଟେ l ଓଡ଼ିଶାର ପରମ୍ପରା ଅନୁସାରେ ଏହିଦିନ ହିନ୍ଦୁ ଦେବତା ହନୁମାନ ଙ୍କର ଜନ୍ମ ଦିନ ଓଡ଼ିଆ ମାନେ ପାଳନ କରି ଥାଆନ୍ତି l
ଏହିଦିନ ବିଶେଷ ଭାବରେ ହନୁମାନ, ଶିବ ଓ ସୂର୍ଯ୍ୟ ଦେବତା ବିଶେଷ ଭାବରେ ପୂଜାର୍ଚନା କରାଯାଇ ଥାଏ , ଓଡ଼ିଆ ନୂଆବର୍ଷ କୁ ପାଳନ କରିବା ପାଇଁ ବିଶେଷ ଭାବରେ ଭଗବାନ ଙ୍କ ନିକଟରେ ପଣା ଦେଇ ନୂତନ ବର୍ଷର ସ୍ୱାଗତ କରାଯାଇଥାଏ l ବିଶେଷ ଭାବରେ ଏହିଦିନ ବୁଟ ଛତୁଆ ଦ୍ୱାରା ପଣା ପ୍ରସ୍ତୁତ କରାଯାଇ ତୁଳସୀ ଚଉଁରା ନିକଟରେ ପାଳନ କରାଯାଇ ଥାଏ l