ଗ୍ରୀଷ୍ମଋତୁ ନିଜ ସହିତ ନେଇକି ଆସିଥାଏ ଗରମ ପବନ, ଥକାପଣ ପାଚନ ସମସ୍ୟା , ଝାଡ଼ାବାନ୍ତି ସମସ୍ୟା ଇତ୍ୟାଦି l ଏପରି ସ୍ଥିତିରେ ଶରୀରକୁ ଭିତରୁ ଥଣ୍ଡା ରଖିବା ମଧ୍ୟ ନିହାତି ଜରୁରୀ, ବିଶେଷ ଭାବରେ ଆମେ ଗରମ ଦିନରେ ଲେମ୍ବୁ ପାଣି, ବେଲ ପଣା, ପଇଡ଼ ପାଣି ଇତ୍ୟାଦି ସେବନ କରିଥାଉ l କିନ୍ତୁ ଗୋଟିଏ ଏଭଳି ବିକଳ୍ପ ରହିଛି ଯାହାକୁ ଆମେ ଅଣଦେଖା କରିଦେଇ ଥାଉ – ତାହା ହେଉଛି କଂଚା ଅମୃତଭଣ୍ଡା ଜୁସ, ଏହି ଜୁସ ଶରୀରକୁ ଭିତରୁ ଥଣ୍ଡା ରଖିନଥାଏ ଡ଼ିଟକ୍ସ ମଧ୍ୟ କରିଥାଏ, ଓଜନ ହ୍ରାସ କରିବା , ପାଚନ ରେ ସୁଧାର ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l
କଞ୍ଚା ଅମୃତ ଭଣ୍ଡାରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
– ଭିଟାମିନ A, C , E , ଫୋଲେଟ , ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଏଞ୍ଜାଇମ ଭଳି କାଇମପେପନ ରେ ଭରପୁର ହୋଇଥାଏ l
– ଏହାଛଡା ପୋଟାସିୟମ, ମଗ୍ନେଶୀୟମ ଓ କ୍ୟାଲସିୟମ ମଧ୍ୟ ଭରପୁର ମାତ୍ରା ରେ ଥାଏ l ଏହି ସମସ୍ତ ପୋଷାକ ତତ୍ୱ ଶରୀରକୁ ଭିତରୁ ଷ୍ଟ୍ରଙ୍ଗ କରନି l
ଗରମ ଦିନରେ କଂଚା ଅମୃତଭଣ୍ଡା ଜୁସ ର ଲାଭ –
– କଂଚା ଅମୃତଭଣ୍ଡା ପାପେନ ନାମକ ଏଞ୍ଜାଇମ ରହିଥାଏ, ଯାହାକି ପ୍ରୋଟିନ କୁ ହଜମ କରିବାରେ ସାହାଯ୍ୟ କରେ l ଯଦି ଆପଣ ଗରମ ଦିନରେ କିଛି ହେଭି ଖାଦ୍ୟ ଖାଇ ଦେଉଛନ୍ତି ତେବେ ଏହି ଜୁସ କୁ ସେବନ କରିବା ଦ୍ୱାରା ଗ୍ୟାସ, ଏସିଡ଼ିଟି ଓ ବାନ୍ତି ସମସ୍ୟା ଦୂର ହୋଇଥାଏ l
– କମ କ୍ୟାଲୋରୀ ଓ ହାଇ ଫାଇବର କାରଣରୁ ଏହି ଜୁସ ଭୋକ କୁ ନିୟନ୍ତ୍ରିତ କରିଥାଏ, ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଯେଉଁ କାରଣରୁ ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଓଜନ ନିୟନ୍ତ୍ରିତ ହୁଏ l
– କଞ୍ଚା ଅମୃତଭଣ୍ଡା ଜୁସ ଲିଭର ଓ କିଡ୍ନୀ କୁ ଡିଟେକ୍ସ କରିଥାଏ, ଏହା ଶରୀରର ଟକ୍ସିନ କୁ ବାହାର କରିଥାଏ ଏବଂ କୋଷିକା ଗୁଡିକୁ ରୀ-ଜେନେରେଟ କରିଥାଏ l
– ଭିଟାମିନ ସି ଓ ଆଣ୍ଟିଆକ୍ସିଡେଣ୍ଟ ରେ ଭରପୁର ଜୁସ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l ଏବଂ ଭାଇରଲ ଇନଫେକ୍ସନ ରୁ ରକ୍ଷା କରିଥାଏ l
– ଏଥିରେ ଥିବା ଭିଟାମିନ A ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚା କୁ ଭିତରୁ ପୋଷଣ ଦେଇଥାଏ ଏବଂ ସ୍କିନ ରେ ଚମକ ଆଣିଥାଏ l ଦାଗ ଦୂର କରି କେଶ କୁ ମଜବୁତ କରିଥାଏ l
ପ୍ରସ୍ତୁତି ପ୍ରଣାଳୀ –
କଞ୍ଚା ଅମୃତଭଣ୍ଡା ଗୋଟେ କପ
ଲେମ୍ବୁ ରସ ଗୋଟେ ଚାମଚ
ପାଣି ଗୋଟେ ଗ୍ଲାସ
ମହୁ ଗୋଟେ ଚାମଚ କୁ ଭଲରେ ମିଶାଇ ନିୟମିତ ସକାଳୁ ସେବନ କରନ୍ତୁ l