ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ, କୁହାଯାଏ ଯେ ଶନି ଦେବ ବ୍ୟକ୍ତିର କର୍ମ ଅନୁସାରେ ଫଳ ଦେଇଥାଆନ୍ତି l ୨୯ ମାର୍ଚ୍ଚ ଦିନ ୧୧ ଟା ୧ ମିନିଟ ରୁ ଶନି ମୀନ ରାଶିରେ ପ୍ରବେଶ କରିସାରିଛନ୍ତି l ବର୍ତମାନ ଶନି ଜୁନ ୩ତାରିଖ ୨୦୨୭ ପର୍ଯ୍ୟନ୍ତ ମୀନ ରାଶିରେ ବିରାଜମାନ କରିବେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ କର୍ମ ଫଳ ଦାତା ଭାବରେ ପୂଜା କରାଯାଇଥାଏ l ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ଭ୍ରମଣ କରିଥାଆନ୍ତି l ଆସନ୍ତୁ ଜାଣିବା ଶନି ମୀନ ରାଶିରେ ରହିବା ଦ୍ୱାରା କେଉଁ ସବୁ ରାଶିକୁ ଲାଭ ହୋଇଥାଏ l
– ବୃଷ ରାଶି –
ଶନି ଙ୍କର ମୀନ ରାଶିରେ ଗୋଚର ଦ୍ୱାରା ବୃଷ ରାଶିର ବ୍ୟକ୍ତି ଖୁବ ଲାଭାନ୍ଵିତ ହେବେ, କାର୍ଯ୍ୟ କ୍ଷେତ୍ରରେ ଖୁବ ଲାଭ ମିଳିବ, ଶନି ଦେବଙ୍କ କୃପା ଦ୍ୱାରା ଆସନ୍ତା ଅଢେଇ ବର୍ଷ ଖୁବ ସଫଳତା ପ୍ରାପ୍ତି ହେବ l ଏବଂ ଆର୍ଥିକ ଉନ୍ନତି ହେବ l
– କର୍କଟ ରାଶି –
ଶନି ଙ୍କ ଗୋଚର ଦ୍ୱାରା କର୍କଟ ରାଶି ର ବ୍ୟକ୍ତିଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିବ, ବ୍ୟବସାୟ ରେ ସଫଳତା ଲାଭ ହେବ, ନୂଆ ଦାୟିତ୍ୱ ମିଳିବ ଓ ଏଥିରେ ମଧ୍ୟ ଲାଭ ମିଳିବ l ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଶତ୍ରୁ ମାନଙ୍କର ବିନାଶ ହେବ l
– ବିଛା ରାଶି –
ଶନି ଙ୍କ ଗୋଚର ଦ୍ୱାରା ବିଛା ରାଶିର ବ୍ୟକ୍ତିଙ୍କୁ ଖୁବ ଲାଭାନ୍ଵିତ କରିବ, ଚାକିରୀ ସହିତ ବ୍ୟବସାୟ ରେ ମଧ୍ୟ ସଫଳତା ମିଳିବ l ସମାଜ ରେ ମାନ ସମ୍ମାନ ପ୍ରାପ୍ତ ହେବ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ l
– ମକର ରାଶି –
ଶନି ଙ୍କ ଗୋଚର ଦ୍ୱାରା ମକର ରାଶିର ବ୍ୟକ୍ତି ଅଢେଇ ବର୍ଷ ଖୁବ ସଫଳତା ଲାଭ ହେବ l ଶନିଙ୍କ କୃପାରୁ ନୂଆ ବ୍ୟବସାୟ ଆରମ୍ଭ ହେବ ଏବଂ ବ୍ୟବସାୟ ରେ ସଫଳତା ମଧ୍ୟ ପ୍ରାପ୍ତ ହେବ l ତଥାପି ଶତ୍ରୁଙ୍କ ନିକଟରୁ ସତର୍କ ରହିବେ l