ତକିଆ ଖୋଲରେ ଟଏଲେଟ ସିଟ ଠାରୁ ଅଧିକ ବ୍ୟାକ୍ଟେରିଆ –
ଗୋଟିଏ ଆମେରିକୀୟ NGO ନେସନାଲ ସ୍ଲିପ ଫାଉଣ୍ଡେସନ ର ର ଗବେଷଣା ଅନୁସାରେ ଗୋଟିଏ ସପ୍ତାହ ରୁ ଅଧିକ ବ୍ୟବହାର କରୁଥିବା ତକିଆଖୋଳ ରେ ଟଏଲେଟ ସିଟ ଠାରୁ ଅଧିକ କୀଟାଣୁ ରହି ଥାଆନ୍ତି, ନିୟମିତ ଭାବରେ ସଫା ନକରିବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ l
ଏହି ରିପୋର୍ଟ ଅନୁସାରେ ଆପଣ ନଧୋଇ ଗୋଟିଏ ତକିଆ ଖୋଲ କୁ ତିନିଦିନ ରୁ ଅଧିକ ବ୍ୟବହାର କରିପାରିବେ ନାହିଁ, ନଚେତ ଏହି ତକିଆ ଖୋଳ ରେ ଗୋଟିଏ ଇଞ୍ଚ ରେ ଲକ୍ଷ ଲକ୍ଷ କୀଟାଣୁ ରହିଥାଆନ୍ତି l ଯାହାକି ଟଏଲେଟ ସିଟ ଠାରୁ ୧୭ ହଜାରୁ ଉର୍ଧ୍ଵ ହୋଇଥାଆନ୍ତି l ରିପୋର୍ଟ ଅନୁସାରେ ବିଛଣାରେ ମିଳୁଥିବା ସାମାନ୍ୟ ପ୍ରକାରର ବ୍ୟାକ୍ଟେରିଆ ଅନେକ ସଂକ୍ରମଣ ର କାରଣ ହୋଇଥାଏ l
ତକିଆ ଖୋଳ ରେ କିପରି ଜମା ହୋଇଥାଏ ବ୍ୟାକ୍ଟେରିଆ –
ଆମ ଶରୀରର ସମ୍ପର୍କ ରାତିରେ ତକିଆ ସହିତ ରହିଥାଏ, ଯାହାଦ୍ୱାରା ସେଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଜମା ହୋଇଥାଏ, ଆମ ତକିଆ ଝାଳ, ମୁଣ୍ଡର ତେଲ, କେଶ ର ଆବର୍ଜନା, ଦ୍ୱାରା ଅଧିକ ବ୍ୟାକ୍ଟେରିଆ ତକିଆ ରେ ଜମା ହୋଇ ଯାଇଥାଏ l
ତକିଆ ଖୋଳ ଦ୍ୱାରା ହେଉଥିବା ରୋଗ –
– ଯଦି ତକିଆ ଖୋଳ ଅପରିଷ୍କାର ହୋଇଥାଏ ମୁହଁ ରେ ବ୍ରଣ ସମସ୍ୟା, ଏଲର୍ଜୀ ଭଳି ସମସ୍ୟା ହୋଇଥାଏ l
– ଯଦି ତକିଆ ଦୀର୍ଘଦିନ ଧରି ଅପରିଷ୍କାର ରହିଥାଏ ତେବେ ଆସ୍ଥମା ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l
– ଏକ୍ସପର୍ଟ ଙ୍କ ମତରେ ପ୍ରତ୍ୟେକ ସପ୍ତାହ ରେ ମାତ୍ର ଥରଟିଏ ତକିଆ ଖୋଳ ଚେଞ୍ଜ କରନ୍ତୁ l
– ଗରମ ଦିନରେ ଅଧିକ ଝାଳ ବାହାରିଥାଏ, ତେଣୁ ଏହି ସମୟ ରେ ୩ଦିନ କୁ ଥରେ ତକିଆ ଖୋଳ ଚେଞ୍ଜ କରନ୍ତୁ l