ସାଲେପୁର : କେତେକ ପ୍ରଭାବଶାଳୀ ବ୍ୟକ୍ତି ସାଲେପୁର ବ୍ଲକ୍ କିଶନନଗର ତହସିଲ ଅଧିନ ମହାନଦୀ ନଦୀବନ୍ଧ ରାସ୍ତାର ମହାନଦୀ ମହାବିଦ୍ୟାଳୟର ଛକ ରାସ୍ତା ଉପରେ ସ୍ଥାୟୀ ଗୃହ ନିର୍ମାଣ କରି ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହି ରାସ୍ତା ଦେଇ ଜରୁରୀକାଳୀନ ଯାନବାହନ ଠାରୁ ଆରମ୍ଭ କରି ଉକ୍ତ ରାସ୍ତା ଦେଇ ବିଭିନ୍ନ କାର୍ଯ୍ୟରେ ଯାଉଥିବା ପଥଚାରୀମାନେ ମଧ୍ୟ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାନେଇ ସ୍ଥାନୀୟ ଲୋକେ କିଶନନଗର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ ତହସିଲଦାର ଏ ଦିଗରେ କୌଣସି କର୍ଣ୍ଣପାତ ନକରିବାରୁ ଶେଷରେ ଗ୍ରାମବାସୀମାନେ ବାଧ୍ୟ ହୋଇ କଟକ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ରଟିଲୋ ଗ୍ରାମ ନିକଟରେ ଅବସ୍ଥିତ ମହାନଦୀ ମହାବିଦ୍ୟାଳୟର କେନାଲବନ୍ଧ ବାମପାଶ୍ୱର୍ ଛକରାସ୍ତାକୁ କେତେକ ବ୍ୟକ୍ତି ବ୍ୟବସାୟ ଉଦେ୍ଦଶ୍ୟରେ ସ୍ଥାୟୀ ଗୃହ ନିର୍ମାଣ କରି କୁକୁଡ଼ା କାଉଣ୍ଟର ଠାରୁ ଆରମ୍ଭ କରି ସେଲୁନ୍ ଓ ଜଳଖିଆ ଦୋକାନ କରି ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଉକ୍ତ ରାସ୍ତା ଦେଇ ଯାନବାହନ ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟତରେ ବାଧା ଉପୁଜିଛି । ଏପରିକି ଉକ୍ତ ରାସ୍ତା ଦେଇ ଗ୍ରାମ ମଧ୍ୟକୁ ଜରୁରୀକାଳୀନ ଯାନବାହନ ଯାତାୟତ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ଏହାନେଇ ସ୍ଥାନୀୟ ଲୋକେ କିଶନନଗର ତହସିଲଦାରଙ୍କୁ ଅଭିଯୋଗ କଲେ ମଧ୍ୟ ତହସିଲଦାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରାମଚନ୍ଦ୍ର ସାହୁ, ସନ୍ତୋଷ କୁମାର ଭୂୟାଁ, ନିମାଇଁ ଚରଣ ସାହୁ ସମେତ ବହୁ ଗ୍ରାମବାସୀମାନେ କଟକ ଜିଲ୍ଲାପାଳଙ୍କ ନିକଟରେ ଏହାନେଇ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
