ସାଲେପୁର୧୦/୧୧:-ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ କଥା ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇ ଥିବାରୁ କୃତଜ୍ଞତା ଜଣାଇଛନ୍ତି ଯୁବନେତା ହିମାଂଶୁ ମହାନ୍ତି। ସାଲେପୁର ସାହେଶ୍ୱରୀ ମନ୍ଦିର ପରିସରରେ ଗତ ଦୁଇ ତାରିଖରୁ ଆରମ୍ଭ ହୋଇ ଆଠ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସହ ସହ ସାଧୁସନ୍ଥ ଯୋଗ ଦେଇଥିଲେ।ପ୍ରତିଦିନ ସନ୍ଧ୍ୟାରେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜଙ୍କ ଦିବ୍ୟ ପ୍ରବଚନ ଶୁଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ଦୀର୍ଘ ସାତ ଦିନ ଧରି ସାଲେପୁର ଅଞ୍ଚଳରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା।ବିଶେଷ କରି ଯୁବକ ଯୁବତୀ ମାନେ ଉପସ୍ଥିତ ରହି ଏହି ପ୍ରବଚନ ଶୁଣିଥିଲେ।ଏଥିରୁ ଜଣାପଡିଛି ଯେ ଯୁବକ ଯୁବତୀ ମାନେ ଭାଗବତ ପାଠ ପ୍ରତି ଆକର୍ଷିତ ହେଉଛନ୍ତି।ଯୁବନେତା ହିମାଂଶୁ ମହାନ୍ତିଙ୍କ ଉଦ୍ୟମରେ ସାତଦିନ ଧରି ଏହି ଶ୍ରୀମଦ ଭାଗବତ କଥା ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିନ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଏହାକୁ ସପନପୁର ଠାରୁ ବିରାଟ ଶୋଭାଯାତ୍ରାରେ ସହ ସହ ସାଧୁ ସନ୍ଥଙ୍କ ଗହଳରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଇ ସାଲେପୁର ସାହେଶ୍ୱରୀ ମନ୍ଦିର ପାଖରେ ପହଁଚିଲା ପରେ ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସାତ ଦିନ ଧରି ଚାଲିଥିବା ଏହି ଭଗବତ ପ୍ରବଚନ କାର୍ଯ୍ୟକ୍ରମରେ ଭକ୍ତ ମାନେ ପ୍ରବଚନ ଶୁଣିବା ସହିତ ପ୍ରସାଦ ସେବନ କରିଥିଲେ।ଭାଗବତ ପାଠର ଅଧିକ ପ୍ରଚାର ପ୍ରସାର ପାଇଁ ଚେଷ୍ଟା କରିବା ସହିତ ସାଲେପୁର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଭାଗବତ ଟୁଙ୍ଗୀକୁ ଶ୍ରୀମଦ ଭାଗବତ ଗୀତା ବହି ଯୋଗାଇ ଦେବା ସହ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଯୁବନେତା ହିମାଂଶୁ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏହା ସହିତ ସାଲେପୁର ଏବଂ ଏହାର ଆଖପାଖ ଅଞ୍ଚଳରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଭକ୍ତ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି