ସାଲେପୁର : ଅଟଳ ସେନା, ଓଡ଼ିଶା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ସାଲେପୁର ଶାଖାର ମିଳିତ ଆନୁକୁଲ୍ୟରେ ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ମା ବୁଢ଼ୀ ଜାଗୁଳାଇ ପୀଠ, ସାଲେପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ସେନାର ଉପଦେଷ୍ଟା ଅଧ୍ୟାପକ ବଲାଇ ଚରଣ ନାୟକଙ୍କ ସଭାପତିତ୍ବରେ ଏକ ବୌଦ୍ଧିକ ଆସରର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାଲେପୁର ଶାଖାର ସଭାପତି ପ୍ରଧ୍ୟାପକ ଡ଼ଃ ପ୍ରଭାତ କିଶୋର ନାୟକ ଯୋଗ ଦେଇ ଓଡ଼ିଆ ନବବର୍ଷକୁ ଏକ ଗଣ ପର୍ବରେ ପରିଣତ କରିବାକୁ ସମବେତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ଵାନ ଦେଇଥିଲେ। ଏଥିରେ ଅତିଥି ଭାବରେ ଅଟଳ ସେନାର ରାଜ୍ୟ ସଭାପତି ଦିବାକର ପ୍ରଧାନ ଓ ଅଟଳ ମହିଳା ସଂଘ ଉପଦେଷ୍ଟା ବିଦ୍ୟୁତଲତା ରାଉତ, ବରିଷ୍ଠ ବିଜେପି ନେତା କୁଞ୍ଜ ମୋହନ ସେଠୀ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେନାର କଟକ ଜିଲ୍ଲା ସଂଗଠନ ସମ୍ପାଦକ ମନୋରଞ୍ଜନ ରାଉତରାୟ, ସାମାଜିକ ଗଣମାଧ୍ୟମ ମୁଖ୍ୟ ହରେକୃଷ୍ଣ ରାଉତରାୟ, ରାଜ୍ୟ ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ, ମଣ୍ଡଳ ଯୁବ ସଂଘ ସଭାପତି ମନୋଜ କୁମାର ଯତି, ରୀନାରାଣୀ ଓଝା, କୃଷ୍ଣଚନ୍ଦ୍ର ବାରିକ୍, ରବିନାରାୟଣ ପଟ୍ଟନାୟକ, ଧନେଶ୍ଵର ସାମଲ, ତ୍ରିଲୋଚନ ପାତ୍ର, ହିମାଦ୍ରି ଭୂଷଣ ମିଶ୍ର, ଭାଗବତ ମାଣିକ୍, ରଶ୍ମିରଞ୍ଜନ ପରିଡ଼ା, କୀର୍ତ୍ତନ ଓଝା ଓ ମେଘୁ ସିଂହ ପ୍ରଭୃତି ଯୋଗଦାନ କରିଥିଲେ । ଗଣେଶ୍ୱର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଉପଦେଷ୍ଟା ଅଭୟ କୁମାର ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।(ଫଟ ଅଛି)