ସାଲେପୁର :-ସାଲେପୁର ବ୍ଳକ ନରଦା ପଞ୍ଚାୟତର କୁକୁଡ଼ାଙ୍ଗ ଠାରେ ବିରୂପା ନଦୀ ଉପରେ ୨୬କୋଟି ଟଙ୍କା ବ୍ୟୟ ରେ ବିଜୁସେତୁ ର ଶିଳାନ୍ୟାସ ହୋଇଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ଙ୍କ ତତ୍ୱାବଧାନ ରେ ସାଲେପୁର ବ୍ଲକ ଆତ୍ମାସଭାପତି ଦିଲ୍ଲୀପ ଦାସଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଯୋଗଦେଇ ଯେଉଁ ଅଞ୍ଚଳର ଗମନାଗମନ ଯେତେ ଉନ୍ନତ ସେ ଅଞ୍ଚଳ ସେତେ ଉନ୍ନତ ବୋଲି ମତ ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସାଲେପୁର ବିକାଶରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡି ହୋଇଗଲା ବୋଲି ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ୨୬କୋଟି ଟଙ୍କା ବ୍ୟୟ ରେ ୩୦ମାସ ମଧ୍ୟରେ ଏହି ସୁଉଚ୍ଚ ବିଜୁସେତୁ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ।ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ବିଶ୍ୱାଳ, ସାଲେପୁର ବ୍ଲକ ବିଜେଡି ସଭାପତି ଅନନ୍ତ ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ଟାଙ୍ଗୀ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ଜେଠି, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ମହାନ୍ତି, ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡା,ଜିଲ୍ଲା ପରିଷଦ ସଭ୍ୟ ହରପ୍ରସନ ବେହେରା, ଚିତ୍ତ ରଞ୍ଜନ ସାମଲ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ପ୍ରଧାନ,ମାଳ ପଞ୍ଚାୟତ ସରପଞ୍ଚ ମହେନ୍ଦ୍ର ସେଠୀ, ସମିତି ସଭ୍ୟ ଅମରେନ୍ଦ୍ର ବେହେରା, ନରଦା ସରପଞ୍ଚ ଚିତ୍ତ ରଞ୍ଜନ ସେଠୀ, ବାଲିସାହି ସମିତି ସଭ୍ୟା ଗୌତମୀ ମଲ୍ଲିକ, ଓଡାସିଙ୍ଗ ସରପଞ୍ଚ ଜ୍ୟୋତିରେଖା ନାୟକ,ପ୍ରାକ୍ତନ ସମିତି ସଭ୍ୟା ଦେବକୀ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଘଡେଇ କୁକୁଡାଙ୍ଗ ବିଜୁସେତୁର ଶିଳାନ୍ୟାସ କରିବା ସହିତ କୁଣ୍ଡିପଡ଼ିଆ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ନୂତନ ଗୃହ ଓ କୁକୁଡାଙ୍ଗ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ନାନପୁର,କୁକୁଡାଙ୍ଗ, ରୁଦ୍ରପୁର, ଗଣେଶର ପୁର ର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। (ଫଟ ଅଛି)