ସାଲେପୁର, ତା.୪ା୧୧: ଆଜି ସାଲେପୁର ବ୍ଲକ୍ର ତରିତୋ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ସକାଳ ପ୍ରାୟ ୧୧ଟା ସମୟରେ ତରିତୋ ପଞ୍ଚାୟତ ଗସ୍ତ କରି ଏହି ପଞ୍ଚାୟତର ପ୍ରାୟ ୧କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କରିଥିବା ଜଣାଯାଇଛି ।
ପ୍ରଥମେ ବିଧାୟକ ଶ୍ରୀ ବେହେରାଙ୍କୁ କୋଭିଡ୍ ନିୟମ ଅନୁଯାୟୀ ଏକ ଶୋଭାଯାତ୍ରାରେ ନିଆଯାଇ ମୁର୍କୁଣ୍ଡି ଗ୍ରାମରେ ଥିବା ମା’ସନ୍ତୋଷୀ ଗୋଷ୍ଠୀ କେନ୍ଦ୍ର, ମା’ ସନ୍ତୋଷୀ ମନ୍ଦିର ଓ ମଣ୍ଡପ, ଦୁର୍ଗା ମଣ୍ଡପର ଶୁଭ ଉଦ୍ଘାଟନ କରାଯାଇଥିଲା । ସେହିପରି ତରିତୋର ସୋମନାଥ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଥିବାବେଳେ ତରିତୋ ପଞ୍ଚାୟତର ଗୋଠମିରା ଅଙ୍ଗନୱାଡି କେନ୍ଦ୍ର, ମୁର୍କୁଣ୍ଡିର ବାଣେଶ୍ୱର ଭୋଜନ ପିଣ୍ଡି, ତରିତୋର ନୃସିଂହ ଗୋଷ୍ଠୀ କେନ୍ଦ୍ର ଏବଂ ଗୁଆଳିଠାରେ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ ।
ଏହି ଅବସରରେ ବିଧାୟକ ଶ୍ରୀ ବେହେରା ଦ୍ୱୀପାଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ କୁଳପତି ବିରଞ୍ଚôନାରାୟଣ ପୁହାଣଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଲେପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ଜେନା, ଜିଲ୍ଲାପରିଷଦ ସଭ୍ୟ ଅଶୋକ ଭୂୟାଁ, ଆତ୍ମା ସଭାପତି ଦିଲ୍ଲୀପ ଦାଶ, ପାନୀୟଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସମରେଶ ଭୂୟାଁ, ଯୁବନେତା ଲୋଲୁପ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିବାବେଳେ ତରିତୋ ପଞ୍ଚାୟତ ବିଜେଡି ମହିଳା ସଭାନେତ୍ରୀ ରଶ୍ମି ବିଶ୍ୱାଳ, ବରିଷ୍ଠ ନାଗରିକ ଗୋପିନାଥ ପୁହାଣ, ରବିନ୍ଦ୍ର ପୁହାଣ, ଅକ୍ଷୟ ପୁହାଣ, ୱାର୍ଡସଭ୍ୟ ତ୍ରୈଲୋକ୍ୟନାଥ ପରିଡ଼ା, ଧରଣୀଧର ପରିଡ଼ା, ପ୍ରିୟବ୍ରତ ପରିଡ଼ା, ଅନିଲ ପରିଡ଼ା, ଶରତ ଚନ୍ଦ୍ର ପରିଡ଼ା, ପ୍ରଭାକର ସୂତାର, ପୂର୍ବତନ ସରପଞ୍ଚ କୈଳାସ ବେହେରା, ମାନସ ବେହେରା, ବିଜୟ ପତି, ତପନ ପରିଡ଼ା, ନାରାୟଣ ପରିଡ଼ା, ପିତାମ୍ବର ପରିଡ଼ା, ହଲିମ୍ ଖାଁ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଗଗନ ମହାପାତ୍ର, ଅଜୟ ପରିଡ଼ା, ପୀତବାସ ସାହୁ, ସୌମିତ୍ର ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ
