Odisha news

କୁଖ୍ୟାତ ଅପରାଧୀ କାଳୁ ଭୋଳ କୁ ସତ୍ୟବାଦୀ ପୋଲିସ ର ଏନକାଉଣ୍ଟର

ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୧୮ ଟି ସଙ୍ଗିନୀ ଅପରାଧିକ ମାମଲା ।

0
ସାକ୍ଷୀଗୋପାଳ :  ପୁରୀ ଜିଲ୍ଲାର ଦୁର୍ଦ୍ଦାନ୍ତ  ଅପରାଧି କାଳୁ ଭୋଳ କୁ ସତ୍ୟବାଦୀ ପୋଲିସ  ଏନକାଉଣ୍ଟର କରିଅଛି  ।  ଗୁରୁବାର  ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା  ଏକ ନିର୍ଭର ଯୋଗ୍ୟ  ସୂଚନା ମିଳିଲା  ପୁରୀ ଜିଲ୍ଲାପୁରୀ ସଦର ଥାନା ଅନ୍ତର୍ଗତ   ବାଟ ଗାଁ ର କାଳୁ  ଭୋଳ ସତ୍ୟବାଦୀ ଥାନା ଅନ୍ତର୍ଗତ  ସୁଆଣ୍ଡୋ ଗ୍ରାମ ବ୍ରିଜ ନିକଟରେ  ସାଗର ସ୍ନାନ ମେଳଣ  ପଡିଆ ନିକଟରେ  ଘାତକ ଅସ୍ତ୍ରଶସ୍ତ୍ର ଧରି ପୁରୀ  ନିକଟବର୍ତ୍ତୀ   ଅଞ୍ଚଳରେ ଏକ ଅଳଙ୍କାର ଦୋକାନରୁ  ଲୁଟ  କରିବାକୁ ଯୋଜନା କରୁଛି । ଘଟଣା କୁ ଗୁରୁତର ସହ ନେଇ  ଆଇଆଇସି ବିଜୟ କେତନ ବେହେରା ସଦଳବଳେ  ସୂଚନାର  ସତ୍ୟତା ଯାଞ୍ଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ।
ସେଠାରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ କାଳୁ  ଭୋଳ ସୁଆଣ୍ଡୋ ଗ୍ରାମ ବ୍ରିଜ ନିକଟରେ ସାଗର ସ୍ନାନ  ମେଲଣ ପଡିଆ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଛି । ପୋଲିସ ଅପରାଧି କାଳୁ ଭୋଳକୁ ଆତ୍ମ ସମର୍ପଣ ନିମନ୍ତେ ଅନୁରୋଧ  କରିଥିଲା । ମାତ୍ର ପୋଲିସି ର ଅନୁରୋଧକୁ  ନଶୁଣି ସେ ଖସି ଯିବା ନିମନ୍ତେ ପୋଲିସ ଉପରକୁ ଗୁଳିଚଳାଇଥିଲା । ଗୁଳିଟି  ଗୁଳିଟି ଉପସ୍ଥିତ ପୋଲିସ ଅଧିକାରୀ ଙ୍କ ନିକଟରେ ଯାଇଥିଲେ ମଧ୍ୟ ସତ୍ୟବାଦୀ ଥାନାର ଏସଆଇ ଦୀପ୍ତିରଞ୍ଜନ ସାହୁ ଏଥିରେ ଆହତ ହୋଇଥିଲେ । ତେଣୁ ପୋଲିସ  ଅଧିକାରୀଙ୍କ   ଜୀବନ ରକ୍ଷା କରିବାକୁ ଯାଇ ଆଇଆଇସି ଶ୍ରୀଯୁକ୍ତ ବେହେରା   ତାଙ୍କ ସେବା ପିସ୍ତଲରୁ କାଳୁ ଭୋଳର ଗୋଡକୁ ଲକ୍ଷ୍ୟ କରି  ଗୁଳି ଚଳାଇଥିଲେ । ଗୁଳିଟି କାଳୁ ଭୋଳ ର ଡାହାଣ ଗୋଡରେ ବାଜିବାରୁ ସେ ସେଠାରେ ପଡିଯାଇଥିଲା । ପରେ ତାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସତ୍ୟବାଦୀ ପୋଲିସ ପୁରୀ ମେଡ଼ିକାଲ ରେ ଭର୍ତ୍ତି କରିଛି ।
ଘଟଣାସ୍ଥଳରୁ  ସେ  ବ୍ୟବହାର  କରୁଥିବା ଗୋଟିଏ  ୭,୬୫  ମିଲିମିଟର ପିସ୍ତଲ ଏବଂ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସି ଜବତ କରିଛି । କୁଖ୍ୟାତ ଅପରାଧି କାଳୁ ଭୋଳ ନାମ ରେ
 ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା  ରହିଥିବା ଜଣାପଡିବା ସହିତ  ପୁରୀ ସଦର ଥାନା ,ଚନ୍ଦନ ପୁର ,ବାଲିସାହି ଓ ସତ୍ୟବାଦୀ ଥାନାରେ ୧୮ଟି  ସଙ୍ଗିନ ମାମଲା ରହିଛି । ଘଟଣାର ଗମ୍ଭୀରତା ଦୃଷ୍ଟିରୁ  ଅଧିକ ତଦନ୍ତ ଚାଲିଛି ବୋଲି ଏସଡିପିଓ  ବିରଞ୍ଚି ନାରାୟଣ ପତି  ସୂଚନା ଦେଇଛନ୍ତି । ଆହତ ଏଏସଆଇ ଦୀପ୍ତିରଞ୍ଜନ ସାହୁ ମଧ୍ୟ ପୁରୀ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି।

Leave A Reply