ସାକ୍ଷୀଗୋପାଳ : ମାନବ ସଭ୍ୟତା ଆରମ୍ଭ ଠାରୁ ଆଜିପର୍ଯ୍ୟନ୍ତ ମଣିଷର ଆଚାର, ବ୍ୟବହାର, ଚାଲି, ଚଳଣିରେ ଅନେକ ପରିବର୍ତ୍ତନ ପରିଲିଖିତ ହେଇଛି। ମଣିଷର ଉତ୍ତମ ଜ୍ଞାନ କୌଶଳ ଜଟିଳ ସମସ୍ୟାଗୁଡିକୁ ଆଜି ସହଜରେ ସମାଧାନ କରିପାରୁଛି। ମଣିଷ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପାରିଛି। ମାନବ ସଭ୍ୟତା ସବୁଥିରେ ବିକଶିତ ତଥା ସଫଳ ହୋଇଥିଲେ ମଧ୍ୟ ବିଡମ୍ବନାର ବିଷୟ ହେଉଛି ସାଥିରେ ନେଇଆସିଛି ଅନେକ ପ୍ରକାରର ସଂକ୍ରମଣ ରୋଗ, ବ୍ୟାଧି। ଏହି ରୋଗ, ବ୍ୟାଧି ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ପରିବେଶ ପ୍ରଦୂଷଣ। ତେଣୁ “ପରିବେଶକୁ ସ୍ୱଚ୍ଛ ରଖିବା, ରୋଗ ବ୍ୟାଧିକୁ ଦୁରେଇ ଦେବା” ଏହିପରି ଏକ ସଚେତନତାର ବାର୍ତ୍ତା ସହିତ ଆଜି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ରାଜ୍ୟ ସରକାର ପ୍ରାୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବସୁନ୍ଦର ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟଠାରୁ ସାକ୍ଷୀଗୋପାଳର ଆରାଧ୍ୟ ଦେବତା ଶ୍ରୀ ଗୋପୀନାଥ ଦେବ ମନ୍ଦିର ପର୍ଯ୍ୟନ୍ତ ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା କରାଯଇଥିଲା। ପରେ ମନ୍ଦିର ପରିସର, ମନ୍ଦିର ଚତୁର୍ପାଶ୍ୱ ତଥା ରାଧାକୁଣ୍ଡଠାରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ନୋଡାଲ ଅଫିସର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ, ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଫେସର ଧନୁର୍ଦ୍ଧର ମୁଦୁଲି,ପ୍ର.ମନୋଜ ପରିଡ଼ା, ଡ଼ଃ କଳ୍ପନା କୁମାରୀ ମହାପାତ୍ର ,ପ୍ର. ସ୍ବର୍ଣ୍ଣଲତା ମାହାରୀ, ପ୍ର. ବିଜୟଲଷ୍ମୀ ମିଶ୍ର, ପ୍ର. ଜିତେନ ଦାସ, ପ୍ର. ବିଶ୍ୱନାଥ ଚୁହାଣ, ପ୍ର. ସାର୍ଥକ ମିଶ୍ର, ପ୍ର. ମନୋଜ ମହାକୁଡ଼, ପ୍ର. ଦିପ୍ତିମୟୀ ସାହୁ, ପ୍ର. ମଧୁସ୍ମିତା ସାହୁ,ପ୍ର. ଶ୍ୱେତପଦ୍ମା ମିଶ୍ର, ପ୍ର. ରୋଜାଲିନ ରଥ ପ୍ର. ଦର୍ଶନା ବାରିକ, ପ୍ର. ରଶ୍ମିତା ପରିଡ଼ା, ଶ୍ରୀ ରଘୁନାଥ ପରିଡ଼ା, ଶ୍ରୀ ଆକାଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ପିଲାମାନଙ୍କ ଦ୍ୱାରା ଏଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକମାନେ ଉଚ୍ଚ ପ୍ରଶଂସା କରିଥିଲେ