ସାକ୍ଷୀଗୋପାଳ: ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ। ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ଡେଙ୍ଗୁ ରୋକିବାରେ ଲଗାମ ଲଗାମ ପାରିନାହିଁ । ଗତ ୨୭ ତାରିଖ ସୁଦ୍ଧା ପୁରୀ ଜିଲ୍ଲାରେ ୩୪୨ ଜଣଙ୍କ ପଜିଟିଭ ବାହାରିଥିବା ବେଳେ ପ୍ରତିଦିନ ଏହାର ସଂଖ୍ୟା ବୃଦ୍ଧି ପାଉଥିବାରେ ଲାଗିଅଛି l ସଦ୍ୟତମ ତଥ୍ୟ ଅନୁଯାୟୀ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯାଇଥିବା ଗତ ୨୯ ତାରିଖ ସୁଦ୍ଧା ଯାଇଥିବା ନମୁନାରୁ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ଡେଙ୍ଗୁ ଚିହ୍ନଟ କରାଯାଇଥିବା ସମସ୍ତ ରୋଗୀ ଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନିକ ଶତାଧିକ ଥଣ୍ଡା, କାଶ ,ଜର ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ରୋଗୀ ଆସୁଛନ୍ତି l ଡେଙ୍ଗୁ ଲକ୍ଷଣ ଥିବା ସମସ୍ତ ରୋଗୀଙ୍କ ନମୁନା ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚିହ୍ନଟ ଆକ୍ରାନ୍ତ ଙ୍କ ଘରକୁ ଘର ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀମାନେ ବୁଲି ସେମାନଙ୍କୁ ଡେଙ୍ଗୁ ସମ୍ପର୍କରେ ସମସ୍ତ ସଚେତନ କରାଉଛନ୍ତି । ବିଭାଗ ପକ୍ଷରୁ ଆକ୍ରାନ୍ତ ରୋଗୀ ଙ୍କୁ ମସାରି ବ୍ୟବହାର ଓ ମାଗଣା ଔଷଧ ସହ ଖାଇବା ପିଇବା ସମ୍ପର୍କରେ ବୁଝା ଯାଉଅଛି । ଆକ୍ରାନ୍ତ ଡେଙ୍ଗୁ ରୋଗୀଠାରୁ ଅନ୍ୟ ସୁସ୍ଥ ଲୋକଙ୍କୁ ଡେଙ୍ଗୁ ଯେଭଳି ନ ବ୍ୟାପେ ସେଥିପାଇଁ ଅଧିକ ନଜର ଦିଆଯାଇଛି । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଭୟଭୀତ ନ ହୋଇ ଘରେ ନ ରହି ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସି ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ସହ ସମସ୍ତ ସଚେତନତା ଓ ସତର୍କତା ଅବଲମ୍ବନ କରିବା ପାଇଁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ନାୟକ ପ୍ରକାଶ କରିଛନ୍ତି ।
