ସାକ୍ଷୀଗୋପାଳ : ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଆସନ୍ତା 16 ତାରିଖ ଦିନ ସତ୍ୟବାଦୀ ଗସ୍ତରେ ଆସିବେ ବୋଲି ସରକାରୀ ଭାବରେ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି l ଫାଇଭ ଟି ସଚିବ ଶ୍ରୀଯୁକ୍ତ ପାଣ୍ଡିଆନଙ୍କ ଏହି ଗସ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଭିତ୍ତିଭୂମି ଅନୁଧ୍ୟାନ ହୋଇଅଛି l ଫାଇଭ ଟି ସଚିବଙ୍କର ପୂର୍ବାହ୍ନ 10.30 ମିନିଟ ଠାରୁ 11.45 ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଅଛି l ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଗ୍ରୀଭାନସ ମିଟିଂରେ ଯୋଗଦେବେ l ନିର୍ମାଣଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ l ପଞ୍ଚସଖାଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିବେ l ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବେ l ମନ୍ଦିରର ବିକାଶ ଓ ଉନ୍ନୟନ ନିମନ୍ତେ ଆଲୋଚନା କରିବେ l ଐତିହାସିକ ବକୁଳ ବନ ପରିଦର୍ଶନ କରିବେ l ଫାଇଭ ଟି ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ କୃଷ୍ଣ ପ୍ରସାଦରୂ ହେଲିକେପ୍ଟର ଯୋଗେ ସାକ୍ଷୀଗୋପାଳ ଆସିବେ l ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ହେଲିପ୍ୟାଡ଼ ନିର୍ମାଣ କରାଯିବ l ହେଲିପ୍ୟାଡ଼ ନିମନ୍ତେ ସଂଯୋଗ ରାସ୍ତା ନିର୍ମାଣ କରାଯିବ l ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ମିଶ୍ର, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖ ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ l ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ପଞ୍ଚସଖା ସମାଧି ପୀଠ, ବକୁଳ ବନ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ନିୟନ୍ତ୍ରିତ ବଜାର କମିଟି, ସାକ୍ଷୀଗୋପାଳ ପରିସର ପରିଦର୍ଶନ କରିଥିଲେ l
