Odisha news

ରାଜୁଆ ବ୍ରିଜ଼ରୁ ଖସି କଲେଜ ଯୁବତୀ ନିଖୋଜ 

0
କଣାସ,୦୮/୦୮: ରାଜୁଆ ନଦୀକୁ ଡେଇଁ ଯୁବତୀ ନିଖୋଜ ।ଏଭଳି ଘଟଣା ଘଟିଛି କଣାସ ଥାନା ଗଡ଼ବଡପୁଟ ଗ୍ରାମରେ ।ଗଡ଼ବଡ଼ପୁଟ ଗ୍ରାମର ସୁକାନ୍ତ ଛୁଆଳସିଂଙ୍କ ଝିଅ ସୂର୍ଯ୍ୟକାନ୍ତି ଛୁଆଳସିଂହ (ଚାନ୍ଦିନୀ) ୧୭ ବୟସ +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ମନ୍ଦାରବସ୍ଥ ନିକଟ ଚଉଦମୌଜା ବିଦ୍ୟୁତ୍ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।ସବୁଦିନ ପରି ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ କଲେଜ୍ ଯିବା ପାଇଁ ଯୁବତୀ ଘରୁ ବାହାରି ଆସିଥିଲେ । କଲେଜ ଯିବା ବାଟରେ ବଡ଼ପୁଟ ରାଜୁଆ ବ୍ରିଜ ଉପରୁ ପାଣିକୁ ଖସିପଡ଼ିଥିବା ଯୁବତୀଙ୍କ ମାଆ ପ୍ରମିଳା ଛୁଆଳସିଂହ କହିଛନ୍ତି ।ସେପଟେ କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ୍ କୁ ନେଇ ରାଜୁଆ ନଦୀର ଅଥଳ ପ୍ରଖର ସୁଅରେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ସଂନ୍ଦ୍ୟା ସୁଧା ଯୁବତୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ ।ଏଭଳି ଘଟଣା କାହିଁକି ଘଟିଲା ଓ ଯୁବତୀ ପାଣିକୁ ଖସି ପଡ଼ିଲେ ନା ଡେଇଁ କରି ଆତ୍ମହତ୍ୟା କରିଛନ୍ତି ପଡ଼ିଲେ ତଦନ୍ତ ପରେ ଜଣାପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
Ad2
Leave A Reply