ସାକ୍ଷୀଗୋପାଳ : ସତ୍ୟବାଦୀ ବିଧାନସଭା ଆସନର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ନିଜର ହଜାର ହଜାର ସମର୍ଥକଙ୍କ ସହ ସାକ୍ଷୀଗୋପାଳ ମନ୍ଦିର ଠାରେ ପହଞ୍ଚିଥିଲେ । ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶ୍ରିବାଦ କାମନା କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ l ଏହି ଅବସରରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା , ପୂର୍ବତନ ଅଧ୍ୟକ୍ଷ ,ପ୍ରହଲ୍ଲାଦ ଘଟୁଆରୀ, ଦେବାଶିଷ ରାୟ ,ରାଜବଲ୍ଲଭ ମିଶ୍ର ,ସୁରେଶ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ମହିଳା ସଭାନେତ୍ରୀ କନକଲତା ପଣ୍ଡା, ସନ୍ଧ୍ୟରାଣୀ ମହାନ୍ତି, ପୁଷ୍ପାଞ୍ଜଳି ବିଶ୍ୱାଳ , ସବିତା ପଣ୍ଡା, ସତ୍ୟବାଦୀ ବ୍ଲକ ଉପାଧ୍ୟାକ୍ଷା ନିବେଦିତା ପାତ୍ର,ପ୍ରମୁଖଙ୍କ ସହ ହଜାର ହଜାର ସମର୍ଥକ ଦାସବର୍ମାଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇ ସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ପାଛୋଟି ନେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲେ
