Odisha news

କଂଗ୍ରେସ ରେ ଯୋଗଦେଲେ ସତ୍ୟବାଦୀର ସମାଜ ସେବୀ ମନୋଜ ରଥ

0
ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସ ବିଦ୍ୟାଧର ପୁର ପଞ୍ଚାୟତର ଭୀମ ପୁର ଗ୍ରାମର ସମାଜସେବୀ ମନୋଜ ରଥ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି l ସତ୍ୟବାଦୀ ବିଧାନସଭା ଆସନରୁ ଶ୍ରୀଯୁକ୍ତ ରଥ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହେବା ସମ୍ପର୍କରେ ଆଲୋଚନା ହେଉଅଛି l ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଜାତୀୟ କଂଗ୍ରେସ ଦଳରେ ଗତକାଲି  ଆନୁଷ୍ଠାନିକ ଭାବରେ ସମାଜସେବୀ ଶ୍ରୀଯୁକ୍ତ ରଥ ଯୋଗଦେଇଛନ୍ତି l  ସତ୍ୟବାଦୀ ବିଜେପି ର ବରିଷ୍ଠ ନେତା ତଥା  ସତ୍ୟବାଦୀ ବିଧାନସଭା ଆସନରୁ 2014 ମସିହା ନିର୍ବାଚନରେ ବିଜେପି ଦଳ ତରଫରୁ  ବିଧାୟକ ପ୍ରାର୍ଥୀ ହୋଇଥିବା ଡାକ୍ତର  ବିଶ୍ଵନାଥ ରଥଙ୍କ ପୁତ୍ର  ମନୋଜ ରଥ ଆଜି ଶତାଧିକ କର୍ମୀଙ୍କ ସହିତ  କଂଗ୍ରେସ ଦଳରେ ଯୋଗ ଦେଇଥିଲେ l ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ  ସତ୍ୟବାଦୀ ବ୍ଳକ୍ କଂଗ୍ରେସ କମିଟି ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ,  କଣାସ ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜୀବୀ  ସଦାନନ୍ଦ ପ୍ରଧାନ  ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା ଏବଂ  ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ  । ବିଗତ ଦିନରେ ସମାଜସେବୀ  ଶ୍ରୀଯୁକ୍ତ  ରଥ ସତ୍ୟବାଦୀ ଏବଂ ପୁରୀ ଅଞ୍ଚକରେ ସମାଜ ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ସଭିଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। “ଉତ୍କଳ ବିଦ୍ୱତ  ପରିଷଦ”  ଅନୁଷ୍ଠାନ ମଧ୍ୟମରେ କରୋନା ସମୟରେ   ଜନସାଧାରଣଙ୍କୁ  ତେଜରାତି  ସାମଗ୍ରୀ ବଣ୍ଟନ କରି  ଅସମୟରେ ସହଯୋଗ କରିଥିଲେ l  ବର୍ଷକୁ ଥରେ ଶତାଧିକ ଗରୀବ ଓ ଅସହାୟ ବ୍ରାହ୍ମଣ ପିଲାଙ୍କ ନିଃଶୁଳ୍କ ବ୍ରତୋପନୟନ , ଶୀତଋତୁରେ କମ୍ବଳ ବଣ୍ଟନ , ବିଭିନ୍ନ ପର୍ବ ପର୍ବାଣୀରେ ଖାଦ୍ୟସାମଗ୍ରୀ ପ୍ରଦାନ  କରି ଚର୍ଚ୍ଚାରେ ରହିଆସିଛନ୍ତି। ଦୀର୍ଘ ଦିନ ଧରି ଶ୍ରୀଯୁକ୍ତ ରଥ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳନନ୍ଦ ସରସ୍ବତୀଙ୍କ ମୁଖପାତ୍ର ରୂପେ କାର୍ଯ୍ୟ କରିଥିଲେ l
Govt
Leave A Reply