ସାକ୍ଷୀଗୋପାଳ : ଗତ ୧୯ ତାରିଖରୁ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବିଭିନ୍ନ ଦାବି ନେଇ ରାଜ୍ୟର ସମସ୍ତ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟବାଦୀର ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ମଧ୍ୟ ଶାନ୍ତି ପୂର୍ଣ ଆନ୍ଦୋଳନ କରିଥିଲେ। ସଂଘର ଦାବି ଅନୁଯାୟୀ କ୍ଷେତ୍ର ଅଧିକାରୀ ମାନଙ୍କ ଆଇନ ସଙ୍ଗତ, ଅଣଆର୍ଥିକ ଓ ନ୍ୟାର୍ଯ୍ୟ ଦାବିଗୁଡିକ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଓ ଅବହେଳା ଯୋଗୁଁ ସଂଘର ସଦସ୍ୟ ମାନଙ୍କ ଭାଗ୍ୟ ଭ୍ୟବିଷତ ଅନ୍ଧକାର ହୋଇଅଛି । ଏହି ସମସ୍ୟାକୁ ନେଇ ସରକାରଙ୍କ ସହିତ ସଙ୍ଘ ପକ୍ଷରୁ ଆଲୋଚ଼ନା ଓ ବିଚାର ବିମର୍ଷ ହୋଇଥିଲେ ମଧ୍ୟ ୧୯୮୩ ମସିହା ଠାରୁ କ୍ୟାଡର ପୁନଃଗଠନ ହୋଇପାରିନାହିଁ । ତେଣୁ ସଂଘ ପକ୍ଷରୁ କରାଯାଇଥିବା ୬ ଦଫା ଦାବି ମଧ୍ୟରୁ ପ୍ରଥମେ କ୍ୟାଡର ପୁନଃ ସଂରଚନା କରି ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଅନ୍ୟ ଦାବି ଗୁଡିକ ସରକାର ଯେପର୍ଯ୍ୟନ୍ତ ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ତହସିଲକାର୍ଯ୍ୟାଳୟ ରେ କାର୍ଯ୍ୟରତସମସ୍ତ ,ରାଜସ୍ୱ ପରିଦର୍ଶକ ,ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ସମୂହ କାର୍ଯ୍ୟ ବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଅଥବା କଲମ ଛାଡ଼ ଆନ୍ଦୋଳନ କରିଥିଲେ। ଅନ୍ୟପଟେ ସମସ୍ତ କର୍ମଚାରୀ ଧାରଣାରେ ଥିବାରୁ ତହସିଲ କାର୍ଯ୍ୟାଳୟର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ସଙ୍ଘର ଏହି ଦାବିସମୂହକୁ ଗୁରୁବାର ରାଜ୍ୟ ସରକାର ଅଲୋଚକୁ ନେବା ସହ ସମାଧାନ ଦିଗରେ ସବୁଜ ସଙ୍କେତ ଦେବାରୁ କର୍ମଚାରୀ ମାନେ ଆନ୍ଦୋଳନରୁ ନିବୃତ୍ତ ରହି ଶୁକ୍ରବାର ଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆନ୍ଦୋଳନ ରେ ସତ୍ୟବାଦୀ କ୍ଷେତ୍ରଅଧିକାରୀ ସଂଘର ସଭାପତି ଦେବସ୍ମିତା ପାଣ୍ଡେ ,ସମ୍ପାଦକ ରଜତ ନାୟକ , ରାଜସ୍ୱ ନିରୀକ୍ଷକ ଶ୍ୟାମ ସୁନ୍ଦର ପୂର୍ତ୍ତି , ସରସ୍ୱତୀ ପାତ୍ର, ହୃଷିକେଶ ନାୟକ , ପ୍ରଶାନ୍ତ ମାଝୀ, ମମତା ନାୟକ ,ପୂର୍ଣ୍ଣମସୀ ପରିଡା ,ହେମନ୍ତ ପ୍ରଧାନ ,ରୋଜାଲିନୀ ପ୍ରଧାନ ,ସୁଜାତା ବେହେରା ,ମୋନାଲିସା ବରାଳଙ୍କ ସମେତ ଅନ୍ୟ ମନେ ଏହି ଆନ୍ଦୋଳନରେ ସାମିଲି ଥିଲେ । ଏହି ଆନ୍ଦୋଳନ ୧୯ ତାରିଖରୁ ଆରମ୍ଭ ହୋଇଥିଲା l ଆଜି ଆନ୍ଦୋଳନ ପ୍ରତ୍ୟାହାର ହୋଇଅଛି ।