ଶରୀରର ପୋଷାକ ତତ୍ତ୍ଵ ଗୁଡ଼ିକୁ ପୂରଣ କରିବା ପାଇଁ ଶାକାହାରୀ ଭୋଜନ କୁ ନିଜ ଖାଦ୍ୟରେ ନିହାତି ସାମିଲ କରିବା ଆବଶ୍ୟକ । କିଛି ଲୋକ ମାଂସାହରି ଖାଦ୍ୟକୁ ଅଧିକ ପୋଷାକ ଯୁକ୍ତ ବୋଲି ଭାବି ଥାଆନ୍ତି । ଗବେଷକ ମାନେ କହିଛନ୍ତି ଯେ କିଛିଟା ସୁପର୍ ଫୁଡ୍ ରହିଛି ଯାହାକୁ ଆପଣ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କ ଶରୀର ପୋଷାକ ତତ୍ତ୍ଵ ଗୁଡ଼ିକୁ ପାଇ ପାରିବ ।
ଶାକାହାରୀ ବ୍ୟକ୍ତିଙ୍କ ପାଇଁ ସୁପର୍ ଫୁଡ୍ -:
୧- ବିଟ୍ ରୁଟ୍ –
ଶାକାହାରୀ ଭୋଜନ କରୁଥିବା ବ୍ୟକ୍ତି ନିୟମିତ ନିଜ ଖାଦ୍ୟରେ ବିଟ୍ ରୁଟ ସାମିଲ କରିବା ଆବଶ୍ୟକ । ଏଥିରେ ଫାଇବର , ମାଙ୍ଗାନିଜ , ପୋଟାସିୟମ, ଭିଟାମିନ ବି 9 ଓ ଆଇରନ ରହିଛି ।
୨- ହଳଦୀ –
ସୁପର୍ ଫୁଡ୍ ତାଲିକାରେ ହଳଦୀ ମଧ୍ୟ ରହିଛି । ହଳଦୀ ର ବ୍ୟବହାର ଅନେକ ଗୁଡ଼ିଏ ଭାରତୀୟ ପରିବାର ରେ କରାଯାଇ ଥାଏ । ହଳଦୀ କେବଳ ଖାଇବାର ସ୍ଵାଦ ବଢାଇବା ସହ ଏଥିରେ ଆଣ୍ଟି ଇମଫ୍ଲାମେଟରି ଗୁଣ ମଧ୍ୟ ଭରି ହୋଇ ରହିଛି । ହଳଦୀ କର୍ଡାୟୋଭସ୍କୁଲାର ସିଷ୍ଟମ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କ୍ୟାନ୍ସର ପ୍ରତିରୋଧକ ଅଟେ ହଳଦୀ । ତେଣୁ ନିୟମିତ ସକାଳୁ ହଳଦୀ ପାଣି ସେବନ କରିବା ହିତକର ଅଟେ ।
୩- ଟମାଟୋ :-
ଟମାଟୋ ଗୋଟିଏ ଲୋ କ୍ୟାଲୋରୀ ଓ ଲୋ ଶୁଗାର ଯୁକ୍ତ ଖାଦ୍ୟ ଅଟେ । ଟମାଟୋ ରେ ପୋଟାସିୟମ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି , ଯାହା ହାର୍ଟ କୋ ହେଲଦୀ ରଖିଥାଏ । ଟମାଟୋ ଖାଇବା ଦ୍ବାରା କୋଲଷ୍ଟ୍ରାଲ୍ ନିୟନ୍ତ୍ରିତ ହୋଇଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ସ୍କିନ୍ ସୁସ୍ଥ ରହିଥାଏ ।
୪ – ଅଁଳା :-
ଅଁଳା ଔଷଧୀୟ ଗୁଣ ରେ ଭରପୁର ଅଟେ । ଅଁଳା ଗୋଟିଏ ଚିର ଯୌବନ ଫୁଡ୍ ଅଟେ । ଅଁଳା ଭିଟାମିନ ସି ରେ ଭରପୁର ହୋଇଥାଏ । ଏହାଦ୍ବାରା ଇମ୍ୟୁନିଟି ମଜବୁତ୍ ହୋଇଥାଏ । ଅଁଳା ଖାଇବା ଦ୍ବାରା ଥଣ୍ଡା ଓ କାଶ ସମସ୍ୟା ଦୂର ହୋଇଥାଏ । ଅଁଳା ରେ ଏଭଳି ତତ୍ତ୍ଵ ରହିଥାଏ ଯାହା ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ ।
୫ – ପଣସ :
ପଣସ କୁ ଆମେ ତରକାରୀ ଭାବରେ ଓ ପାଚିଲା ମଧ୍ୟ ଖାଇ ଥାଉ । ପଣସ ରେ ଅନେକ ଗୁଡ଼ିଏ ମିନେରାଲ ଓ ଭିଟାମିନ ରହିଥାଏ । ଏହା ଶାକାହାରୀ ଲୋକଙ୍କ ପାଇଁ କୌଣସି ସୁପର୍ ଫୁଡ୍ ଠାରୁ କମ୍ ନୁହେଁ । ପଣସ ରେ କାର୍ବୋହାଇଡ୍ରେଟ, ଭିଟାମିନ, ପ୍ରୋଟିନ , ଫାଇବର ଉଚ୍ଚ ମାତ୍ରା ରେ ରହିଥାଏ ।
