ନୂଆଦିଲ୍ଲୀ : ବହୁ ପୂର୍ବରୁ ବିଶ୍ଵ ଆର୍ଥିକ ମାନ୍ଦବସ୍ଥା ଦେଇ ଗତି କରୁଛି , କିନ୍ତୁ ଏଭଳି ସ୍ଥିତି ରେ ଋଷ ର ଗୋଟିଏ ଏଭଳି ନିଷ୍ପତି ସାମ୍ନାକୁ ଆସିଛି ଯାହା ବିଶ୍ଵ କୁ ଅନାଟନ ଆଡ଼କୁ ଟାଣିନେଇ ଯିବ । ଋଷ ପକ୍ଷରୁ ସୂଚନା ଦିଆଯାଇଛି ଯେ ‘ ଋଷ ସଂଯୁକ୍ତ ରାଷ୍ଟ୍ର ମଧ୍ୟସ୍ଥତା ରେ ହେଉଥିବା ଶସ୍ୟ ରପ୍ତାନି ଚୁକ୍ତି କୁ ତୁରନ୍ତ ନିଲମ୍ବିତ କରିବ । ଏହି ଚୁକ୍ତି ଅନୁସାରେ ୟୁକ୍ରେନ ରୁ ୯କୋଟି ଟନ ଅଧିକ ଶସ୍ୟ ରପ୍ତାନି ହୋଇଥିଲା ଓ ବିଶ୍ୱ ସ୍ତରରେ ଖାଦ୍ୟ ଅନାଟନ ର ଅସୁବିଧା ଦୁର ହୋଇଥିଲା । ଭାରତ ଭଳି ମିତ୍ର ଦେଶ ମଧ୍ୟ ଋଷ ର ଏହି ପଦକ୍ଷେପ ଦ୍ଵାରା ଅସନ୍ତୁଷ୍ଟ ହୋଇଛନ୍ତି ।
