ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ମଧ୍ୟରେ ଜାରୀ ରହିଥିବା ଯୁଦ୍ଧ ଛକାପଞ୍ଝା ମଧ୍ୟରେ ଚାଲିଛି l ଗୋଟିଏ ମାସ ପୂର୍ବରୁ ୟୁକ୍ରେନ ସେନା ରୁଷ ସେନାଙ୍କୁ ଖାରକିବ ରୁ ବିତାଡିତ କରିଥିଲେ ଓ ଏହାକୁ ରୁଷ ସେନାଙ୍କ ହାର ଭାବରେ ପ୍ରଚାର କରାଯାଇ ଥିଲା l ବର୍ତମାନ ରୁଷ ସେନା ଆଉଥରେ ପୁନର୍ବାର ଆକ୍ରମଣ କରିବା ଆରମ୍ଭ କରିଛି ଓ ଖାରକିବ ଉପରେ କବ୍ଜା କରିଛି l ମଙ୍ଗଳବାର ଦିନ ରୁଷ ସେନା ପକ୍ଷରୁ ଘୋଷଣା କରାଯାଇ ଥିଲା ଯେ ସେ ପୁନର୍ବାର ଖାରକିବ ଉପରେ କବ୍ଜା କରିଛି l ରୁଷ ର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରୁଷ ସେନାର ୟୁନିଟସ ପକ୍ଷରୁ ଅକ୍ରାମକ ଭାବରେ ନିଜ ଅକ୍ତିଆର କୁ ନେଇଛି ରୁଷ ସେନା l ଏହା ସେହି ସ୍ଥାନ ଯେଉଁଠି ରୁଷ ସେନାକୁ ପଛକୁ ହଟିବାକୁ ପଡିଥିଲା l
ଇତିମଧ୍ୟରେ ୟୁକ୍ରେନ ପକ୍ଷରୁ ଦାବୀ କରାଯାଇଛି ଯେ ମିସାଇଲ ଆଟାକ ଦ୍ୱାରା ୨ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି l ରୁଷ ପକ୍ଷରୁ ପାୱାର ଷ୍ଟେସନ କୁ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇ ଥିଲା l ୟୁକ୍ରେନ ଅଥରିଟିଜ ଙ୍କ ଦ୍ୱାରା କୁହାଯାଇଛି ଯେ ଏହି ସମୟରେ ବିସ୍ଫୋଟ ହୋଇ ନିଅଁ ଜଳିବା ସହିତ ବିଜୁଳି ଚାଲି ଯାଇଥିଲା l ମିସିଲ ଆକ୍ରମଣ ଦ୍ୱାରା ପାୱାର ଷ୍ଟେସନ ନିକଟରେ କଳାଧୂଆଁ ଦେଖା ଦେଇଥିଲା l ସୂଚନା ଯୋଗ୍ୟ ଯେ ୟୁକ୍ରେନ ର ପାଖାପାଖି ୩୦ ପ୍ରତିଶତ ପାୱାର ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି ଓ ରୁଷ ସେନା ପକ୍ଷରୁ ୟୁକ୍ରେନ ବାସୀ ଙ୍କୁ ଭୟଭୀତ କରାଯାଉଛି l ରୁଷ ପକ୍ଷରୁ ଡ୍ରୋନ ଦ୍ୱାରା ଦ୍ୱାରା ଆକ୍ରମଣ ବଢ଼ାଇ ଦିଆ ଯାଇଛି l ଏହି ଡ୍ରୋନ କୁ ସୂଈସାଇଡ ଡ୍ରୋନ କୁହାଯାଉଛି l ଏହି ଡ୍ରୋନ ଗୁଡିକ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି ଓ ଟାର୍ଗେଟ ନିକଟରେ ଯାଇ ବ୍ଲାଷ୍ଟ କରିଥାଆନ୍ତି l
