Odisha news

ରୁଷ – ୟୁକ୍ରେନ ଯୁଦ୍ଧ : ମିଶାଇଲା ଆକ୍ରମଣ ଦ୍ୱାରା କିବ ଆଲୋକ ଶୂନ୍ୟ

0

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ଯୁଦ୍ଧ ସବୁଠୁ ଭୟଙ୍କର ମୋଡ଼ ରେ ପହଞ୍ଚି ସାରିଛି l ଭ୍ଲାଦିମିର୍ ପୁତିନ ଙ୍କ ସୈନ୍ୟ ସୋମବାର ଦିନ ୟୁକ୍ରେନ ର ରାଜଧାନୀ କିବ ସମେତ ୯ଟି ସହର ଉପରେ ୮୩ ଟି ମିସାଇଲ ଆକ୍ରମଣ କରାଯାଇ ଥିଲା l ଏହି ଆକ୍ରମଣ ରେ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା l ପାଖାପାଖି ୬୦ ଜଣ ଆହତ ହୋଇଥିଲେ l ସମ୍ପୂର୍ଣ କିବ ଜନଶୂନ୍ୟ ହୋଇ ଯାଇଛି l ରହିରହି ଏୟାର ରେଡ ସାଇରନ ଶୁଣିବାକୁ ମିଳୁଛି l

ନ୍ୟୁୟର୍କ ଟାଇମ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ମସ୍କୋ ରେ ଲୋକଙ୍କୁ ଷୋମବାର ଦିନ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ପଚାରିବାରୁ ଜଣା ପଡିଲା ଯେ ସେମାନେ ନିଜ ପଡୋଶୀ ଦେଶ ବିଷୟରେ ସମ୍ପୂର୍ଣ ଅଜ୍ଞ l ସେମାନେ କହିଥିଲେ ଏହି ବିଷୟରେ ସେମାନେ ଜାଣିବାକୁ ଆଗ୍ରହୀ ନୁହନ୍ତି l ଅନେକ ତା ଭିତରୁ ନିଜ ଜୀବନ କୁ ବ୍ୟସ୍ତ ଓ ମସ୍ତ ଅଛନ୍ତି l ଜଣେ ବ୍ୟକ୍ତି ନିଜ ନାମ ପ୍ରକାଶ ନକରିବା ପାଇଁ କହିଥିଲେ ଓ ସେ କହିଥିଲେ ଯେ ହଁ ମୁଁ ଶୁଣିଥିଲି ୟୁକ୍ରେନ ଉପରେ ଆକ୍ରମଣ ହୋଇଛି l

କିନ୍ତୁ ସେମିତି ବିଶେଷ କିଛି ଜାଣିନି l ୩୭ ବର୍ଷୀୟ ଜଣେ ବ୍ୟକ୍ତି ସେନା ରୁ ଅବସର ନେଇଛନ୍ତି l ସେ କହିଥିଲେ ୟୁକ୍ରେନ ରେ ହୋଇଥିବା ବିନାଶରେ ସେ ଖୁସି ଅଛନ୍ତି l ସେ କହିଥିଲେ ଷୋମବାର ଦିନର ଆକ୍ରମଣ କେବଳ ଗୋଟିଏ ଚେତାବନୀ ଅଟେ l ଆଶା ରହିଛି ଏହା ଆହୁରି ଅଧିକ ତୀବ୍ର ରୂପ ନେବ l ଏମିତିରେ ଦେଖିବାକୁ ଗଲେ ୟୁକ୍ରେନ ଠାରୁ ବଡ ଶତ୍ରୁ ଆମେରିକା ଅଟେ l ଆଉଜଣେ ବୟସ୍କ କହିଥିଲେ ୟୁକ୍ରେନ ର ଏଭଳି ସ୍ଥିତି ପାଇଁ କେବଳ ଆମେରିକା ଦାୟୀ l ୟୁକ୍ରେନ ନିଜେ ଆମେରିକା ଉପରେ ନିର୍ଭରଶୀଳ କିନ୍ତୁ ରୁଷ ସହିତ କରୁଛି ଯୁଦ୍ଧ l

Nalco
Leave A Reply