Odisha news

ନାବାଳିକା ଝିଆରୀ କୁ ଦୁଷ୍କର୍ମ ମାମଲା : ଏକ ବର୍ଷ ପରେ ସମ୍ପର୍କୀୟ ଦାଦା କୁ କଲିକତା ରୁ ଗିରଫ କଲା ପୋଲିସ.

0
ରଣପୁର…. ନୟାଗଡ ଜିଲ୍ଲା ରଣପୁର ଥାନା ରେ ଏକ ନାବାଳିକା ଝିଆରୀ କୁ ସମ୍ପର୍କୀୟ ଦାଦା ର ବାରମ୍ବାର ଦୁଷ୍କର୍ମ କୁ ନେଇ ପୀଡିତା ଙ୍କ ପରିବାର ତରଫରୁ ରଣପୁର ଥାନାରେ ଦୀର୍ଘ ଏକ ବର୍ଷ ତଳେ ଲିଖିତ ଅଭିଯୋଗ କରାଯାଇଥିଲା ତେବେ ଅଭିଯୁକ୍ତ ଘଟଣା ଘଟେଇ ରାଜ୍ୟ ବାହାରକୁ ଫେରାର ହୋଇ ଯାଇ ଥିବା ବେଳେ ଅଭିଯୁକ୍ତ କୁ ଗିରଫ କରିବା ନୟାଗଡ ଜିଲ୍ଲା ପୋଲିସ କୁ ଚାଲେଞ୍ଜ ସୃଷ୍ଟି କରି ଥିଲା ଏବଂ ରଣପୁର ପୋଲିସ  ଅଭିଯୁକ୍ତ କୁ ଗିରଫ କରିବା ପାଈଁ ତାର  ନିଜସ୍ୱ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ରେ ବାରମ୍ବାର ଚଢ଼ାଉ କରିଥିଲେ ମଧ୍ୟ୍ୟ ଗିରଫ କରିବାରେ ବିଫଳ ହୋଇଥିଲା ଯାହାକୁ ନେଇ ନୟାଗଡ ଆରକ୍ଷୀ ଅଧକ୍ଷକ ନିର୍ଦ୍ଧେଶ ରେ ରଣପୁର ପୋଲିସ ଓ ନୟାଗଡ ଜିଲ୍ଲା ପୋଲିସ କୁ  ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତ କୁ ଅଭିଯୋଗ ର ଦୀର୍ଘ ଏକ ବର୍ଷ ପରେ କଲିକତା ଠାରୁ ଗିରଫ କରାଯାଇଥିବା ଜଣାପଡିଛି…
ସୂଚନା ଅନୁସାରେ ରଣପୁର ଏନ. ଏସି  ଅନ୍ତର୍ଗତ ଏକ ନମ୍ବର ୱାର୍ଡ ର  ଜୈନିକ ବ୍ୟକ୍ତି ଗୋଆ ରେ ଏକ ବେସରକାରୀ ସଂସ୍ଥା ରେ ଚାକିରୀ କରି ନିଜର ପତ୍ନୀ ଙ୍କ  ସହିତ ଦୁଇ ପୁଅ ଓ ଏକ ସାତ ବର୍ଷ ର  ନା ବାଳିକା ଝିଅ ଙ୍କ ସହିତ ସପରିବାର ଗୋଆ ରେ ରହି ନିଜର ଗୁଜୁରାଣ ପ୍ରତିପୋଷଣ କରିଆସୁଥିଲେ   ତେବେ ସେଠାକୁ ଚାକିରୀ କରିବା ଆଶା ରେ  ଗୃହ କର୍ତ୍ତା ଙ୍କ ସମ୍ପର୍କୀୟ ପିଇସୀ ପୁଅ ଭାଈ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗ୍ରାମ ର ଜଟାଧାରୀ ନାୟକ ଙ୍କ ପୁଅ ଅଭିଯୁକ୍ତ ରାଜୁ ନାୟକ ବୟସ (33)  ନିଜ ସମ୍ପର୍କୀୟ ମାମୁଁ ପୁଅ ଭାଈ ଙ୍କ ଘରେ ରହିବା ପାଈଁ ଆଶ୍ରୟ ମାଗିବାରୁ ସମ୍ପର୍କ ଦୁଷ୍ଟି ରୁ ନିଜ ପିଇସୀ ପୁଅ ଭାଈ ରାଜୁ କୁ ବିଶ୍ୱାସ କରି  ରହିବା ପାଈଁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ ଏବଂ ତାକୁ ସେଠାରେ ଏକ ବେସରକାରୀ ଚାକିରୀ ବୁଝି ରଖି ଦେଇଥିଲେ ତେବେ ଅଭିଯୁକ୍ତ ରାଜୁ ରହିବାର କିଛି ଦିନ ପରେ ଗୃହ କର୍ତ୍ତା ଙ୍କ ପତ୍ନୀ ଙ୍କ ବାପା ଘରେ କିଛି ଜରୁରୀ କାମ ପଡିବାରୁ ସେ ନିଜ ବାପା ଘର କୁ ଚାଲି ଆସିଥିଲେ ଏବଂ ଗୃହ କର୍ତ୍ତା ଓ ତାଙ୍କର ଦୁଇ ପୁଅ ନିଜ ନିଜର କାମ ରେ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ରାଜୁ ମୋବଇଲି ଦେଖାଇବା ବାହାନା କରି ନାବାଳିକା କୁ ଜବରଦସ୍ତ ମୋବଇଲି ରେ ଆଶୀଳ ଭିଡିଓ ଦେଖାଇ ତା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା ଏବଂ ଏହି କଥା ପରିବାର ରେ କାହାକୁ ଜଣାଇଲେ ବା ପ୍ରକାଶ କଲେ ତାକୁ ଜୀବନ ରେ ମାରିଦେବାକୁ ଧମାକାଉ ଥିଲା ଏବଂ ପରେ ଦୁଷ୍କର୍ମ ପୀଡିତା ଙ୍କ ମା ନିଜ ଗ୍ରାମ ରୁ କାମ ସାରି ଗୋଆ ଫେରିବା ପରେ ନିଜ  ମା ଆଗରେ ପ୍ରକାଶ କରିଥିଲା ତେବେ ଏହା ଜଣାପଡିବା ପରେ ଅଭିଯୁକ୍ତ ସେଠାରୁ ଖସୀ ଚମ୍ପଟ ମାରିଥିଲା ଏବଂ ଦୁଷ୍କର୍ମ ପୀଡିତା ଙ୍କ ପରିବାର ତରଫରୁ ଏନେଇ ଗତ 21.04.2021ରେ ଏକ ଲିଖିତ ଅଭିଯୋଗ  ରଣପୁର ଥାନା ରେ କରାଯାଇଥିଲା ଏହା ପରେ ରଣପୁର ପୋଲିସ ପୋସ୍କୋ ଆକ୍ଟ ରେ ଏକ ମାମଲା ରୁଜୁ କରିକରିଥିଲେ.ରଣପୁର ଥାନାରେ ଅଭିଯୁକ୍ତ କୁ ଗିରଫ କରିବାରେ ଅବହେଳା ଓ ବିଳମ୍ବ କରିବାରୁ ପୀଡିତା ତଥା ନାବାଳିକା ପରିବାର ତରଫରୁ   ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଜାତୀୟ ମାନବଅଧିକାର କମିଶନର ପାଖରେ ଗୁହାରି କରିଥିଲେ ତେବେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକାରୀ ସିଦ୍ଧାର୍ଥ କଟରୀୟ ଘଟଣା କୁ ଗରୁତ୍ବ ର ସହ ନେଇ ଅଭିଯୁକ୍ତ ରାଜୁ ଧରିବା ପାଇଁ ଜିଲ୍ଲା ପୋଲିସ ର ଏକସ୍ୱତନ୍ତ୍ର ଟିମ ଗଠନ କରିଥିଲେ  ଏବଂ   ରଣପୁର ଥାନା ସବ ଇନ୍ସ୍ପେକଟର ପ୍ରୀତି ପ୍ରକାଶ ମହାନ୍ତି ଙ୍କ ନେତୃତ୍ୱ ଏହି ଟିମ ଅଭିଯୁକ୍ତ ରାଜୁ କୁ କଲିକତା ରୁ ଗିରଫ କରିଥିବା ଜଣାପଡ଼ିଛି ଏନେଇ ଅଭିଯୋଗ କାରି ଙ୍କ ପରିବାର ତରଫରୁ ସୂଚନା ମିଳିଛି ତେବେ ଅଭିଯୁକ୍ତ ର କରୋନା ପଜେଟିଭ ଥିବାରୁ କୋର୍ଟ ଚାଲାଣ କରାଯାଇ ନଥିବା ଜଣାପଡିଛି….
Leave A Reply