Odisha news

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ – ୨୦୨୨ ପ୍ରଥମ ଦିନରେ ହିନ୍ଦୋଳ ବ୍ଲକରେ ନାମାଙ୍କନ – ୧୪୧ ୱାର୍ଡ ସଭ୍ୟ, ୪ ସରପଞ୍ଚ ପାର୍ଥି, ୫ ସମିତି ସଭ୍ୟ ପାର୍ଥି ନାମାଙ୍କନ ଭରିଲେ

0

ହିନ୍ଦୋଳ  ୧୭.୦୧. ୨୨   ରାଜ୍ୟ ନିର୍ବାଚନ ଆୟୋଗଙ୍କ  ନିଷ୍ପତ୍ତି ଅନୁଯାଇ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ  ବ୍ଲକରେ ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ସକାଶେ ଆଗାମୀ ମାସ ୧୬ ତାରିଖ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହି ପ୍ରକ୍ରିୟା ପାଇଁ ଆଜି ଠାରୁ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ବିଜ୍ଞପ୍ତି  ପ୍ରକାଶ ପାଇଥିଲା। ଫଳରେ ବ୍ଲକର ୩୫ ଗୋଟି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ଓ ଓଡ଼lପଡା ୨ଟି ବ୍ଲକର ୭ ଗୋଟି ଜିଲ୍ଲା ପରିଷଦ ଯୋନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ରଣାଙ୍ଗନରେ ଅବତ୍ରୀନ  ହେବାକୁ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଦଳୀୟ ଓ ନିର୍ଦଳୀୟ ପାର୍ଥି ମାନେ ଅଣ୍ଟା ଭିଡି ବାହାରି ଛନ୍ତି। ଏହି ପ୍ରକ୍ରିୟାରେ ଆଜି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ପ୍ରଥମ ଦିନରେ ୧୪୧ ଜଣ ୱାର୍ଡ ସଭ୍ୟ /ସଭ୍ୟl, ୪ ଜଣ ସରପଞ୍ଚ ପାର୍ଥି / ପାର୍ଥିନି, ୫ ଜଣ ସମିତି ସଭ୍ୟ / ସଭ୍ୟl ନିଜ ନିଜ ନାମାଙ୍କନ ପତ୍ର ହିନ୍ଦୋଳ ବିଡ଼ିଓ ତଥା ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସହକାରୀ ବିଡ଼ିଓ ଅଶୋକ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ କୌଣସି ଜିଲ୍ଲା ପରିଷଦ ଯୋନରୁ  କେହି ପାର୍ଥି / ପାର୍ଥିନି ନାମାଙ୍କନ ପତ୍ର ଦାଖଲ କରି ନଥିବା ସୂଚନା ହସ୍ତଗତ ହୋଇଛି।

Govt
Leave A Reply