ରାଉରକେଲା : ବିଶ୍ୱର ସର୍ବବୃହତ୍ କ୍ଲେଫ୍ଟ-କେନ୍ଦ୍ରିତ ଏନ୍ଜିଓ ସ୍ମାଇଲ୍ ଟ୍ରେନ୍ ତାହାର ନୂତନ ସହଭାଗୀ ଭାବେ
ଜୟପ୍ରକାଶ (ଜେପି) ହସ୍ପିଟାଲ୍ ଏବଂ ରିସର୍ଚ୍ଚ ସେଂଟର, ରାଉରକେଲା ସହିତ ଭାଗିଦାରୀ ଘୋଷଣା କରିଛି, ଯାହା
ମାଧ୍ୟମରେ ରାଉରକେଲାରେ ମାଗଣା କ୍ଲେଫ୍ଟ ଲିପ୍ ଓ ପ୍ୟାଲେଟ୍ ସର୍ଜରୀ ସୁବିଧା ଉପଲବ୍ଧ ହେବ। ନୂତନ କ୍ଲେଫ୍ଟ
ସେଂଟରରେ ରୋଗୀମାନେ ସାରା ବର୍ଷ ମାଗଣା ସର୍ଜରୀ ପାଇପାରିବେ। ଏଠାରେ କ୍ଲେଫ୍ଟ ସର୍ଜରୀଗୁଡିକ ଡ଼ଃ
ପ୍ରିୟଙ୍କା ଭୋଇ, ଅରାଲ୍ ଏବଂ ମ୍ୟାକ୍ସିଲୋଫେସିଆଲ୍ ସର୍ଜନ୍ ଓ ସ୍ମାଇଲ୍ ଟ୍ରେନ୍ ପ୍ରୋଜେକ୍ଟ ଡାଇରେକ୍ଟର ଦ୍ୱାରା
କରାଯିବ। ଏପର୍ଯ୍ୟନ୍ତ, ସ୍ମାଇଲ୍ ଟ୍ରେନ୍ ଇନ୍ଡିଆ ଓଡ଼ଶାରେ ୨୬,୦୦୦ ରୁ ଅଧିକ ମାଗଣା କ୍ଲେଫ୍ଟ ସର୍ଜରୀ
ସହଯୋଗ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼ ଓ ନିକଟସ୍ଥ ଅଂଚଳର ଗ୍ରାମାଂଚଳ ଏବଂ
ଜନଜାତି ଅଂଚଳରେ କ୍ଲେଫ୍ଟ ବିଷୟରେ ସଚେତନତା କମ୍।
ଭାଗିଦାରୀ ବିଷୟରେ କହିବା ସମୟରେ, ରେଣୁ ମେହତା, ସ୍ମାଇଲ୍ ଟ୍ରେନ୍ର ଏରିଆ ଡାଇରେକ୍ଟର, ସାଉଥ୍
ଏସିଆ, କହିଥିଲେ,ଞ୍ଛଓଡ଼ିଶାରେ ପ୍ରତିବର୍ଷ ହଜାର ଶିଶୁ କ୍ଲେଫ୍ଟ ଲିପ୍ ଓ ପ୍ୟାଲେଟ୍ ସହିତ ଜନ୍ମ ନେଉଛନ୍ତି, କିନ୍ତୁ
ଅନେକ ଜଣ ଅର୍ଥାଭାବ ଓ ସଚେତନତାର ଅଭାବରୁ ସମୟୋପଯୁକ୍ତ ଚିକିତ୍ସା ପାଇପାରନ୍ତି ନାହିଁ। ଆମର ‘ଟିଚ୍
ଏ ପର୍ସନ ଟୁ ଫିସ୍’ ମଡେଲ୍ ମାଧ୍ୟମରେ ଆମେ ୪୦୦+ ମେଡିକାଲ୍ ପ୍ରଫେସନାଲ୍ ଓ ୧୩୦+ ହସ୍ପିଟାଲ୍କୁ
ଟ୍ରେନିଂ, ଫଣ୍ଡିଂ ଓ ସମ୍ପଦ ଯୋଗାଇ ସ୍ଥାନୀୟ ସମୁଦାୟରେ ୧୦୦% ମାଗଣା କ୍ଲେଫ୍ଟ ଚିକିତ୍ସା ସୁବିଧା ପ୍ରଦାନରେ
ସକ୍ଷମ କରିଛୁ। ଏହି ପ୍ରୟାସ ସ୍ଥାୟୀ, ଦୀର୍ଘସ୍ଥାୟୀ ଓ ଦୃଢ଼ ପ୍ରଭାବ ସୃଷ୍ଟି କରୁଛି। ରାଉରକେଲା ଓ ଆଖ ପାଖ
ଅଂଚଳର ଶିଶୁମାନଙ୍କ ପାଇଁ ସହଯୋଗ କରିବାରେ ଜୟପ୍ରକାଶ ହସ୍ପିଟାଲ୍ ସହିତ ଏହି ଭାଗିଦାରୀ ପାଇଁ ଆମେ
ଅତ୍ୟନ୍ତ ଖୁସି।‛
ଜୟପ୍ରକାଶ ହସ୍ପିଟାଲ୍ର ଚେୟାରମ୍ୟାନ୍ ଶ୍ରୀ ସଞ୍ଜୟ ବନ୍ସଲ୍ କହିଥିଲେ,ଞ୍ଛକ୍ଲେଫ୍ଟ ଲିପ୍ ଓ ପ୍ୟାଲେଟ୍ ସହିତ
ଜନ୍ମନେଇଥିବା ଶିଶୁମାନଙ୍କ ପାଇଁ ନିଶୁଲ୍କ, ବିଶ୍ୱ-ମାନ ଚିକିତ୍ସା ସୁବିଧା ଯୋଗାଇବାକୁ ସ୍ମାଇଲ୍ ଟ୍ରେନ୍ ଇନ୍ଡିଆ
ସହିତ ଭାଗିଦାରୀ କରିବାରେ ଆମେ ଗର୍ବିତ। ଏହି ସହଯୋଗ ରାଉରକେଲା ଓ ଆଖ ପାଖ ଅଞ୍ଚଳର ଶିଶୁମାନଙ୍କ
ଜୀବନକୁ ସମୟୋପଯୁକ୍ତ ଓ ଗୁଣବତା ଚିକିତ୍ସା ସହିତ ପରିବର୍ତନ କରିପାରିବ।‛