Odisha news

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କେଶପୁର ଛକ ରେ ଟ୍ରକ ପଛକୁ ପିଟିଲା ଟ୍ରକ, ଡ୍ରାଇଭର ଗୁରୁତର ।

0
ଖଲ୍ଲିକୋଟ:୦୫/୦୫- ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ  କେଶପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଲକଡାଉନ ସମୟରେ ରାସ୍ତାଘାଟ ଖୋଲା ଥିବା ଯୋଗୁଁ, ବହୁ କମ ସଂଖ୍ୟକ ଯାନବାହନ ଚଳାଚଳ ହେଉଥିବା ବେଳେ କିଛି ଚାଳକ ଗାଡ଼ିକୁ ଦୃତଗତୀରେ ଚଲାଉଛନ୍ତି।
ଯାହା ଫଳରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। କେଶପୁର ବଜାର ଉପରେ ଏକ ମାଲବାହୀ ଟ୍ରକ ନମ୍ବର -AP-26-TT-1099,  ମରାମତି କରିବା ପାଇଁ ଠିଆ ହୋଇ ଥିବା ବେଳେ, ଅନ୍ୟ ଏକ ଟ୍ରକ  ନମ୍ବର -TN -52-F-6922, ଭୂବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ,ଠିଆ ହୋଇ ଥିବା ଟ୍ରକକୁ ପଛ ପଟରୁ ଶକ୍ତ ଧକ୍କା ଦେଇ ଥିଲା।
ଫଳରେ ଠିଆ ହୋଇଥିବା ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ସହଯୋଗରେ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।
Leave A Reply