ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ୨୦୨୨ ମସିହାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପ୍ରକାଶିତ ଫଳାଫଳ ପ୍ରକାରେ ତୃତୀୟ ଶ୍ରେଣୀର ମେରିଟ୍ ତାଲିକାରେ ବୁଗୁଡ଼ା ସରସ୍ବତୀ ଶିଶୁ ମନ୍ଦିରର ଜି.ସ୍ବାତିସ୍ମିତା -୧ମ, ପ୍ରତିକ ମିଶ୍ର – ୩ୟ , ଶ୍ରୀକୃଷ୍ଣ ପଣ୍ଡା – ୬ଷ୍ଠ ସ୍ଥାନରେ ରହିଥିବା ବେଳେ କରଚୁଲି ସରସ୍ବତୀ ଶିଶୁ ମନ୍ଦିରର ସିଦ୍ଧିଶ୍ରୀ ବେହେରା – ୨ୟ , ମକରାପଲ୍ଲୀ ୟୁପି ସ୍କୁଲର ବିଜୟ ଲକ୍ଷ୍ମୀ ପ୍ରଧାନ – ୪ର୍ଥ, ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲର ବିଭୁ ପ୍ରସାଦ ଦାଶ – ୫ମ, କଳମ୍ବ ମା ସରସ୍ଵତୀ ଶିଶୁ ମନ୍ଦିରର ଆଦର୍ଶ କୁମାର ସ୍ବାର – ୭ମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ, ସେହି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର ମେରିଟ୍ କମ୍ ପ୍ରୋଭର୍ଟି ତାଲିକାରେ ବିରଞ୍ଚିପୁର ୟୁପି ସ୍କୁଲର ଦିପ୍ତିରାଣୀ ପଣ୍ଡା , ମହୁଲପଲ୍ଲୀ ୟୁପି ସ୍କୁଲର ବିଷ୍ଣୁପ୍ରିୟା ପ୍ରଧାନ, କରସିଂ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶୁଭଶ୍ରୀ ଗୌଡ, ବୁଗୁଡ଼ା ସରସ୍ବତୀ ଶିଶୁ ମନ୍ଦିରର ସମ୍ବିତ୍ ରଞ୍ଜନ ସାହୁ ଓ ଅବନୀ ପ୍ରସାଦ ପଣ୍ଡା , କରଚୁଲି ଶିଶୁ ମନ୍ଦିରର ପବିତ୍ର ପ୍ରଧାନ , ମାଣିତରା ମା ସରସ୍ଵତୀ ବିଦ୍ଯା ମନ୍ଦିରର ସୋହନ ରାଉତ ପ୍ରମୁଖଙ୍କ ନାମ ରହିଛି ।
ସେହିପରି ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳାଫଳର ମେରିଟ୍ ତାଲିକାରେ କଳମ୍ବ ମା ସରସ୍ଵତୀ ଶିଶୁ ମନ୍ଦିରର ସ୍ମୃତି ଶ୍ରିୟା ନାୟକ – ପ୍ରଥମ ଓ ନନ୍ଦିନୀ ବାଡତ୍ୟା – ଦ୍ବିତୀୟ ଏବଂ ମୋଟାବାଡ଼ି ଶ୍ରୀବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମନିଷା ରାଣୀ ପ୍ରଧାନ – ତୃତୀୟ ଓ ଅଙ୍କିତା ନାୟକ – ସପ୍ତମ , ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ଗାର୍ଲସ୍ ହାଇସ୍କୁଲର ମଧୁସ୍ମିତା ସାହୁ – ଚତୁର୍ଥ , ସୋଲଣ୍ଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ମନସ୍ମିନୀ ପଣ୍ଡା – ପଞ୍ଚମ, ସୋରଡ ପ୍ରାଥମିକ ବିଦ୍ୟାଳୟର ସନ୍ଦିପ୍ କୁମାର ସାହୁ – ଷଷ୍ଠ ସ୍ଥାନରେ ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ, ମେରିଟ୍ କମ୍ ପ୍ରୋଭର୍ଟି ତାଲିକାରେ ମହୁଲପଲ୍ଲୀ ୟୁପି ସ୍କୁଲର ସୁଗନ୍ଧା ବିଷୋୟୀ – ପ୍ରଥମ ଓ ସୁରେନ୍ଦ୍ର ବିଷୋୟୀ – ପଞ୍ଚମ , କଞ୍ଚୁରୁ ପାଟଣା ପ୍ରାଥମିକ ବିଦ୍ୟାଳୟର ଓମ୍ ସାମନ୍ତରା – ଦ୍ବିତୀୟ , ମୋଟାବାଡ଼ି ଶ୍ରୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ହିତାର୍ଥୀ ପ୍ରଧାନ – ତୃତୀୟ , ବୀରଧନଞ୍ଜୟପୁର ବୁଦ୍ଧଗିରି ବିଦ୍ୟାପୀଠର ଅନ୍ବେଷା ଅନନ୍ଯା ରଥ – ଚତୁର୍ଥ , ବୁଗୁଡ଼ା ବାଳକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଓମ୍ ପ୍ରସାଦ ମହାପାତ୍ର – ଷଷ୍ଠ , କରସିଙ୍ଗି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଦୀପ କୁମାର ଗୌଡ – ସପ୍ତମ ସ୍ଥାନରେ ରହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଗତ ସେପ୍ଟେମ୍ବର ୮ ତାରିଖ ଦିନ ୧୩୩ ଜଣ ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଏବଂ ୧୪ ତାରିଖ ଦିନ ୧୨୬ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଥିଲେ । ତେବେ ମେଧାବୃତ୍ତି ପରୀକ୍ଷାର ଦୀର୍ଘ ୪ ମାସ ପରେ ପ୍ରକାଶିତ ଫଳାଫଳକୁ ନେଇ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
