Odisha news

୨୦୨୨-୨୩ ଆର୍ଥିକ ବର୍ଷ ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି; ୨୪୦୦ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ

0

ମୁମ୍ବଇ: ରିଲାଏନ୍ସ ରିଟେଲ ତାହାର ଅଭିବୃଦ୍ଧି ଧାରା ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ମୋଟ ୬୭,୬୨୩ କୋଟି ଟଙ୍କା ରାଜସ୍ୱ ଆୟ କରିଛି, ଯାହା ପୂର୍ବବର୍ଷ ସେହି ସମୟ ତୁଳନାରେ ୧୭ ପ୍ରତିଶତ ଅଧିକ । ଏହି ବ୍ୟବସାୟରୁ ଟିକସପୂର୍ବ ଆୟ (ଇବିଆଇଟିଡିଏ)  ୪,୭୭୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସିକ ତୁଳନାରେ ୨୫ ପ୍ରତିଶତ ଅଧିକ ।

ଏହା ତୃତୀୟ ତ୍ରୟମାସରେ ସମସ୍ତ ଉପଭୋକ୍ତା ଆହରଣ ବିଭାଗରେ ଲଗାତର ଅଭିବୃଦ୍ଧି ହାସଲ କରିଥିଲା ଏବଂ ସେହି ସମୟରେ ତେଜରାତି ସାମଗ୍ରୀ ବ୍ୟବସାୟ ଅଭିବୃଦ୍ଧି ପୂର୍ବ ବର୍ଷ ସେହି ତ୍ରୟମାସ ତୁଳନାରେ ୬୫ ପ୍ରତିଶତ, ଫାଶନ ଓ ଲାଇଫଷ୍ଟାଇଲ ବ୍ୟବସାୟ ୧୩ ପ୍ରତିଶତ ଏବଂ ଇଲେକ୍‍ଟ୍ରୋନିକ୍ସ ଉପକରଣକୁ ବାଦ୍‍ଦେଇ ଉପଭୋକ୍ତା ଇଲେକ୍‍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟିକ ଅଭିବୃଦ୍ଧି ଏହି ସମୟରେ ୪୫ ପ୍ରତିଶତ ହୋଇଛି । ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୨୪୦୦ କୋଟି ଟଙ୍କା ନେଟ୍‍ଲାଭ ହାସଲ କରିଛି ।

ଏହି ତ୍ରୟମାସରେ ଋିଲାଏନ୍ସ ରିଟେଲ ୭୮୯ଟି ନୂଆ ଷ୍ଟୋର ଖୋଲିବା ସହିତ ତାହାର ଷ୍ଟୋର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି ଏବଂ ୬ ନିୟୁତ ବର୍ଗଫୁଟ ନୂଆ ଯୋଗକରିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ତୃତୀୟ ତ୍ରୟମାସ ଶେଷସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚିଛି ଏବଂ ଏହା ମୋଟ ୬୦.୨ ନିୟୁତ ବର୍ଗଫୁଟ ଅଞ୍ଚଳରେ ରହିଛି ।

ଏହାର ଲୋକଶକ୍ତି ୪୧୮,୦୦୦ରୁ ଅଧିକ ରହିଥିବାବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମଚାରୀଙ୍କୁ  ଅଧିକ କୁଶଳତା ଶିକ୍ଷା ଦେବା ରିଲାଏନ୍ସ ରିଟେଲର ସମାବେଶୀ ଅଭିବୃଦ୍ଧି ଲକ୍ଷ୍ୟରେ ମୁଖ୍ୟ ସ୍ଥାନ ହୋଇ ରହିଛି ।

ରିଲାଏନ୍ସ ରିଟେଲ ଏହି ତ୍ରୟମାସରେ ଏହାର ବିବିଧ ଫର୍ମାଟ ଏବଂ ଭୌଗୋଳିକ ଅଞ୍ଚଳରେ ରେକର୍ଡ ୨୦୧ ନିୟୁତ ଫୁଟ୍‍ଫଲ୍‍ ଲକ୍ଷ୍ୟ କରିଛି, ଯାହା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୨୫ ପ୍ରତିଶତ ଅଧିକ ।

ରିଲାଏନ୍ସ ରିଟେଲ ଗ୍ରାହକଙ୍କୁ ବ୍ୟାପକ ଭାବରେ ନିରନ୍ତର ସେବା ପ୍ରଦାନ କରୁଛି ଏବଂ ଏହାର ପଞ୍ଜିକୃତ ଗ୍ରାହକ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୨୩୫ ନିୟୁତରେ ପହଞ୍ଚିଛି ଏବଂ ଏହା ୨୬୫ ନିୟୁତରୁ ଅଧିକ କାରବାର କରିଛି, ଯାହା ପୂର୍ବବର୍ଷ ଏହି ସମୟ ତୁଳନାରେ ୩୦ ପ୍ରତିଶତ ଅଧିକ । ଏହା ରିଲାଏନ୍ସ ରିଟେଲର ମୂଲ୍ୟଗତ ଫାଇଦା ଉପରେ ଉପଭୋକ୍ତାଙ୍କ ବିଶ୍ୱାସର ପ୍ରତିଫଳନ ଭାବେ ବିବେଚିତ ହେଉଛି ।

୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ଡିଜିଟାଲ ଏବଂ ନୂଆ ବାଣିଜ୍ୟ କ୍ଷେତ୍ରରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୩୮ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା ୧୮% ବ୍ୟବସାୟ ଯୋଗାଇ ଦେଇଛି । ଦୈନନ୍ଦିନ ଡିଜିଟାଲ ବାଣିଜ୍ୟ ଅର୍ଡର ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇଛି ଏବଂ ଏହାର ବ୍ୟବସାୟ ସହଭାଗୀ ସଂଖ୍ୟା ସମସ୍ତ ଭୌଗୋଳିକ ଅଞ୍ଚଳ ଏବଂ ଉପଭୋକ୍ତା ବର୍ଗରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୭୦ ପ୍ରତିଶତ ବୃଦ୍ଧିପାଇଛି ।

ଜିଓମାର୍ଟ ସମସ୍ତ ବର୍ଗର ସହରରେ ତାହାର ଅଭିବୃଦ୍ଧି ଧାରା ଜାରି ରଖିଛି । ଜିଓମାର୍ଟ ଏହାର ସାମଗ୍ରୀ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୭୧ ପ୍ରତିଶତ ବୃଦ୍ଧି ଘଟାଇବା ସହିତ ତାହାର ବିକ୍ରେତା ସଂଖ୍ୟାରେ  ଏହି ସମୟ ମଧ୍ୟରେ ୮୩ ପ୍ରତିଶତ ବୃଦ୍ଧି ଘଟାଇଛି ।

ଉପଭୋକ୍ତା ବ୍ରାଣ୍ଡ୍‍ସ୍‍ ବ୍ୟବସାୟ ପ୍ରକ୍ରିୟାକୃତ ଖାଦ୍ୟ, ପାନୀୟ, ମସଲା ଏବଂ ଷ୍ଟାପଲ୍‍ ଶସ୍ୟ ଆଦି କ୍ଷେତ୍ରରେ ଅନେକ ନୂଆ ନୂଆ କିସମ ପ୍ରଚଳନ କରିଛି । ସୋସ୍ୟୋ, ଲୋଟସ ଚକୋଲେଟକୁ ଅଧିଗ୍ରହଣ ଏବଂ ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ୍‍ ପ୍ରଚଳନ ଦ୍ୱାରା ଏହି ବ୍ୟବସାୟର ବର୍ଗମାଳା ଅଧିକ ସୁଦୃଢ ହୋଇପାରିବ । ମୋଟାମୋଟି ଭାବରେ ଏହି ଆର୍ଥିକ ଫଳାଫଳ ସମୁଦାୟ ଉପଭୋକ୍ତା ଆହରଣ ଶ୍ରେଣୀରେ ଲଗାତର ଅଭିବୃଦ୍ଧି ଧାରା ସହିତ ଦମ୍‍ଦାର ଲାଭ ଉପାର୍ଜନକୁ ମଧ୍ୟ ପ୍ରତିଫଳିତ କରୁଛି ।

ଏହି ଆର୍ଥିକ ଫଳାଫଳ ସମ୍ପର୍କରେ ମତଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ  ପରିଚାଳନା ନିର୍ଦ୍ଦେଶକ

Nalco
Leave A Reply