Odisha news

ଜାଣିଛନ୍ତି କି ? ହିନ୍ଦୁ ଧର୍ମରେ ନାଲି ରଙ୍ଗର କଣ ମହତ୍ତ୍ଵ ରହିଛି

ବୈଜ୍ଞାନିକ ମାନ୍ୟତା ଅନୁସାରେ ରଙ୍ଗ ମୁଖ୍ୟତଃ ୫ ପ୍ରକାରର ରହିଛି । କଳା , ଧଳା , ନାଲି , ନୀଳ , ହଳଦିଆ । କିନ୍ତୁ ୩ଟି ରଙ୍ଗକୁ ଅଧିକ ଗୁରୁତ୍ବ ଦିଆ ଯାଇଥାଏ , ନାଲି , ହଳଦିଆ ଓ ନୀଳ । ହିନ୍ଦୁ ଧର୍ମରେ ଏହି ୩ଟି ରଙ୍ଗର ବିଶେଷ ମହତ୍ତ୍ଵ ରହିଛି , କାରଣ ଏହି ୩ଟି ରଙ୍ଗରେ ନାରଙ୍ଗୀ , ସବୁଜ , ବାଇଗଣୀ ଇତ୍ୟାଦି ରଙ୍ଗ ମିଶିକି ରହିଛି । ନାଲି ରଙ୍ଗରେ ଅନେକ ରଙ୍ଗର ସମାଗମ ରହିଛି । ଯେପରିକି ନାରଙ୍ଗୀ , ଗୋଲାପି , ସିନ୍ଦୁରି ଇତ୍ୟାଦି ।
ଆଜି ଆସନ୍ତୁ ଜାଣିବା ନାଲି ରଙ୍ଗକୁ ନେଇ କଣ ରହିଛି ବିଶେଷତ୍ଵ –
* ହିନ୍ଦୁ ଧର୍ମରେ ନାଲି ରଙ୍ଗ ଉତ୍ସାହ , ସାହସ , ଷୌଭାଗ୍ୟ ଓ ନବଜୀବନ ର ପ୍ରତୀକ ଅଟେ । ନାଲି ରଙ୍ଗ ଉଗ୍ରତାର ମଧ୍ୟ ପ୍ରତୀକ ଅଟେ ।
* ଏହି ରଙ୍ଗ ଅଗ୍ନି , ରକ୍ତ ଓ ମଙ୍ଗଳ ଗ୍ରହର ରଙ୍ଗ ଅଟେ ।
* ବିବାହ ପରେ ହିନ୍ଦୁ ନାରୀ ମାନଙ୍କର ନାଲି ରଙ୍ଗ ଶୁଭ ସଂକେତ ଦେଇଥାଏ ।
* ଶକ୍ତିର ପ୍ରତୀକ ନାଲି ରଙ୍ଗ । ତେଣୁ ହିନ୍ଦୁ ଧର୍ମରେ ନାଲି ରଙ୍ଗକୁ ଶକ୍ତିର ପ୍ରତୀକ ଭାବରେ ଗ୍ରହଣ କରାଯାଏ ।
* ହିନ୍ଦୁ ମାନ୍ୟତା ଅନୁସାରେ ଅଖିଳ ବ୍ରହ୍ମାଣ୍ଡର ନାୟକ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ନାଲି ରଙ୍ଗ ଖୁବ୍ ପସନ୍ଦ । ତେଣୁ ନାଲି ରଙ୍ଗର ମହତ୍ତ୍ଵ ରହିଛି ।
* ନାଲି ରଙ୍ଗ ଶୁଭ ସଂକେତ ଦେଇଥାଏ । ତେଣୁ ବିବାହ କାର୍ଯ୍ୟରେ ନାଲି ରଙ୍ଗର ପ୍ରୟୋଗ ହୋଇଥାଏ ।
* ନାଲି ରଙ୍ଗର ଗୋଟିଏ ଅଂଶ ହେଉଛି କମଳା ରଙ୍ଗ । ଯାହାକୁ ହିନ୍ଦୁ ଧର୍ମରେ ସାଧୁ ସନ୍ଥ ମାନେ ବିଶେଷ ମହତ୍ତ୍ଵ ଦେଇ ଥାଆନ୍ତି । ସେମାନେ ଏହି ରଙ୍ଗର ବସ୍ତ୍ର ଧାରଣ କରି ସମସ୍ତ ମୋହ ମାୟା କୁ ତ୍ୟାଗ କରି ଗୋଟିଏ ଶୁଦ୍ଧ ଜୀବନ ବୃତ୍ତିକୁ ଆପଣାଇ ଥାଆନ୍ତି ।

Comments are closed.