Odisha news

ଏମିତି ଗୋଟିଏ ଦେଶ ଯେଉଁଠି ବିବାହ ପରେ ୩ଦିନ ପର୍ଯ୍ୟନ୍ତ ନବ ବିବାହିତା ଦମ୍ପତି ଙ୍କୁ ଶୌଚାଳୟ ଯିବା ମନା

ନୂଆଦିଲ୍ଲୀ : ବିବାହକୁ ନେଇ ଅଧିକାଂଶ ସମୟରେ ବିଭିନ୍ନ ରୋଚକ ଘଟଣା ସାମ୍ନାକୁ ଆସିଥାଏ । ବିବାହ କାର୍ଯ୍ୟକୁ ପ୍ରାୟ ସମସ୍ତ ସ୍ଥାନରେ ଉତ୍ସାହ ର ସହିତ ପାଳନ କରି ଥାଆନ୍ତି । କିନ୍ତୁ ଏହି ବିବାହ କାର୍ଯ୍ୟକୁ ନେଇ ବିଭିନ୍ନ ରୀତିନୀତି ମଧ୍ୟ ଦେଖିବାକୁ ମିଳିଥାଏ । ଯେପରିକି କିଛି ରୀତିନୀତି ଆପଣଙ୍କୁ ଆଶ୍ଚର୍ଯ୍ୟ ରେ ପକାଇ ଦେଇଥାଏ ।
ସେହିଭଳି ଗୋଟିଏ ସ୍ଥାନ ରହିଛି ଯେଉଁଠି ବିବାହର ୩ଦିନ ପର୍ଯ୍ୟନ୍ତ ବର କନ୍ୟା ଙ୍କୁ ଶୌଚାଳୟ ଯିବା ମନା । ନବ ବିବାହିତା ଦମ୍ପତିଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତାହା ଏପରି କେଉଁ ଦେଶ ଯେଉଁଠି ଏପରି ନିୟମ ଲାଗୁ ହୋଇଥାଏ ।
ଏହି ନିୟମ ଇଣ୍ଡୋନେସିଆ ର ଟିଡ଼ାନଗ ସମ୍ପ୍ରଦାୟରେ ନବ ବିବାହିତା ଦମ୍ପତିଙ୍କ ପ୍ରତି ଲାଗୁ ହୋଇଥାଏ । ଏହି ପରମ୍ପରାକୁ ଉକ୍ତ ସମ୍ପ୍ରଦାୟର ଲୋକମାନେ ପାଳନ କରି ଥାଆନ୍ତି । ଏହି ନିୟମକୁ ନେଇ ମାନ୍ୟତା ରହିଛି ଯେ ବିବାହ ଗୋଟିଏ ପବିତ୍ର ବନ୍ଧନ ଅଟେ । ଯଦି ବର ବଧୂ ଶୌଚାଳୟ ଯିବେ ତେବେ ସେମାନଙ୍କ ପବିତ୍ରତା ନଷ୍ଟ ହୋଇଯିବ ଓ ଅଶୁଭ ସମ୍ବାଦ ମିଳିବ ।
ଆଉ ଗୋଟିଏ ମାନ୍ୟତା ଅନୁସାରେ ଯଦି ବରବଧୁ ଶୌଚାଳୟ ଯାଆନ୍ତି ତେବେ ନକାରାତ୍ମକ ଶକ୍ତି ର ପ୍ରଭାବ ତାଙ୍କ ଉପରେ ରହିବ ଓ ତାଙ୍କର ଦାମ୍ପତ୍ୟ ଜୀବନ ପ୍ରଭାବିତ ହେବ । ସେଥି ପାଇଁ ତାଙ୍କୁ ଏହି ସମୟରେ କମ ଖାଇବା ଓ ପାଣି ଦିଆ ଯାଇଥାଏ । ଯେପରି ସେମାନେ ଶୌଚାଳୟ ନ ଯାଆନ୍ତି ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ ।

Comments are closed.