ବିବାହ ସମସ୍ତେ କରିଥାଆନ୍ତି , କିନ୍ତୁ ବୟସ ଓ ସମୟକୁ ନେଇ ଏହାର ପ୍ରଭେଦ ଦେଖାଯାଇଥାଏ l ତାହା ଆରେଞ୍ଜ ମ୍ୟାରେଜ ହେଉ କିମ୍ବା ଲଭ ମ୍ୟାରେଜ ଯଦି ସଠିକ ଯୋଡି ମିଳିଗଲା ତେବେ ଜୀବନ ସୁଖମୟ ହୋଇ ଯାଇଥାଏ l ବେଳେବେଳେ ଏପରି ହୋଇଥାଏ ଯେ ବିବାହର କିଛି ଦିନପରେ ବିଭିନ୍ନ ପ୍ରକାରର ବୁଝାମଣାରେ ବାଧା ସୃଷ୍ଟି ହୋଇଥାଏ l ଆମେ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ ଯେ ପୁଅ ଓ ଝିଅ ଙ୍କର ସମସ୍ତ ସଂଯୋଗ ଠିକ ରହି ମଧ୍ୟ ବିବାହ କାର୍ଯ୍ୟରେ ଡେରି ହୋଇଥାଏ l
ବେଳେବେଳେ ବିବାହ କାର୍ଯ୍ୟରେ ସବୁ ଠିକ ହୋଇ ମଧ୍ୟ ବାରମ୍ବାର ବାହାଘର ଭାଙ୍ଗି ଯାଇଥାଏ l ଏହିସବୁ ସ୍ଥିତିରୁ ବାହାରିବା ପାଇଁ ଆପଣାନ୍ତୁ କିଛି ଉପାୟ l
* ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ କୁଣ୍ଡଳୀରେ ଦୋଷ ରହୁଛି ତେବେ ଗୁରୁବାର ଦିନ ବିଷ୍ଣୁଙ୍କ ନିକଟରେ ବିଶେଷ ପୂଜା କରିବା ଆବଶ୍ୟକ l ବିଷ୍ଣୁଙ୍କ ନିକଟରେ ବିଷ୍ଣୁ ସହସ୍ର ନାମ ଜପ କରି ଏହି ବାଧା କୁ ଆପଣ ଦୁରେଇ ପାରିବେ l
* କୁଣ୍ଡଳୀରେ ଦୋଷ ଥିଲେ ମଙ୍ଗଳବାରଦିନ ହନୁମାନଙ୍କୁ ପୂଜା କରନ୍ତୁ l ହନୁମାନଙ୍କ ନିକଟରେ ଗହମ ଅଟା ଓ ଗୁଡ ପ୍ରସାଦ ଲଗାନ୍ତୁ l ତାହାକୁ ମଧ୍ୟ ଗାଈକୁ ଖାଇବାକୁ ଦିଅନ୍ତୁ l ହନୁମାନଙ୍କ ନିକଟରେ ବାଳକାଣ୍ଡ ପାଠ କରନ୍ତୁ l
* ଯଦି ବିବାହରେ ବାଧା ହେଉଛି ତେବେ ପ୍ରତି ଶନିବାରଦିନ ଶିବଙ୍କ ନିକଟରେ ଜଳ ଅଭିଷେକ କରନ୍ତୁ l ଶନିବାରଦିନ ଗୋଟିଏ କଳା ରଙ୍ଗର କପଡ଼ାରେ ଗୋଟା ବିରି ,ଲୁହା ,କଳା ରାଶି ବାନ୍ଧି ଦାନ ଦିଅନ୍ତୁ l
* କେବେବି ଏକୁଟିଆ ରାମ , କୃଷ୍ଣ ,ଶିବ ଙ୍କର ଏକୁଟିଆ ମୂର୍ତି ଓ ଫଟୋ ପୂଜା କରିବା ଉଚିତ ନୁହେଁ l ସବୁବେଳେ ଠାକୁରଙ୍କର ଯୁଗଳ ମୂର୍ତି ପୂଜା କରିବା ଆବଶ୍ୟକ l
* ଯଦି କୌଣସି କନ୍ୟା ର ବିବାହ ହେଉଛି ତେବେ ସେଠାରେ ଗୁପ୍ତାଦନ କରନ୍ତୁ l ଏହାର ଅର୍ଥ ଆପଣ ଦାନ କରିବା କେହି ଜାଣିବେ ନାହିଁ l ଏହା ଦ୍ୱାରା ଆପଣଙ୍କ କନ୍ୟାର ମଧ୍ୟ ଶୀଘ୍ର ବିବାହ ହୋଇଯିବ l
* ଯଦି କୌଣସି ପୁଅର ବିବାହ କାର୍ଯ୍ୟ ଡେରି ହେଉଛି ତେବେ ସେଠାରେ ବରର ମୁକୁଟ ନେଇ ଯଦି ଉକ୍ତ ପୁଅକୁ ପିନ୍ଧା ହୁଏ ତେବେ ବିବାହ କାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହୋଇଥାଏ l
* ଗୁରୁବାରଦିନ ବିବାହ କାର୍ଯ୍ୟ ଶୀଘ୍ର ହେବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ l ସେହିଦିନ ହଳଦିଆ ରଙ୍ଗର ଖେଚୁଡ଼ି ମଧ୍ୟ ଖାଇବା ଉଚିତ l ତା ସହ ପାଚିଲା କଦଳୀ , ଚଣା ଡାଲି , ହଳଦୀ ଇତ୍ୟାଦି ଗାଈକୁ ସେବନ କରାଇବା ଆବଶ୍ୟକ l
Comments are closed.