Odisha news

ପ୍ଲାଜମା ଦାନ ପାଇଁ ୧୨ ଜଣ ସ୍ୱଚ୍ଚାସେବୀ ବ୍ରହ୍ମପୁର ଗଲେ

0

ରାୟଗଡା,୬ ।୯(ରବୀନ୍ଦ୍ର ପାଟଖଣ୍ଡଳ )- ପ୍ଲାଜମା ଦାନ ନିମନ୍ତେ ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ୧୨ ଜଣ ସ୍ୱଚ୍ଚାସେବୀ ବାହାରିଛନ୍ତି । ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ତାଙ୍କ ଦେହରୁ ପ୍ଲାଜମା ବାହାର କରି ଅନ୍ୟ ରୋଗୀଙ୍କୁ ଦିଆଯାଇଥାଏ । ଏପରି ପ୍ରଣାଳୀ ଦ୍ୱାରା କରୋନା ରୋଗୀ ସୁସ୍ଥ ହେଉଥିବା ଦେଖାଦେଇଛି ।

ରାୟଗଡା ଜିଲ୍ଲାରୁ ପ୍ରଥମ କରି ୧୨ ଜଣ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ପ୍ଲାଜମା ଦେବା ପାଇଁ ବାହାରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ କୋଭିଡ ଯୋଦ୍ଧା ଥିବା ବେଳେ ୭ ଜଣ ଗୁଣପୁର, ପଦ୍ମପୁର, ବିଷମକଟକ ଏବଂ ରାୟଗଡା ପୌରାଞ୍ଚଳର ସାଧାରଣ ନାଗରିକ ଅଛନ୍ତି । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଦାନ ସୂଚନା ଦେଇଛନ୍ତ ।

Nalco
Leave A Reply