ରାୟଗଡା,୨୭ ।୮ (Rabindra Patkhandal) : ଆଜି ଦିନକରେ ୧୫୪ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କୋଭିଡ ନୋଡାଲ ଅଧିକାରୀ ଅମୃତ ଋତୁରାଜ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ପୁରୁଷ ଥିବା ବେଳେ ୫୦ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ୧୫୪ ଜଣଙ୍କ ମଧ୍ୟରୁ ୯୨ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୫ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ କାଶିପୁର ୪୬, ମୁନିଗୁଡା ୩୭, ପଦ୍ମପୁର ୨୬, ରାୟଗଡା ସହରାଞ୍ଚଳ ୧୬, ଗୁଡାରୀ ୮, ରାମନାଗୁଜା ୮, ଚନ୍ଦ୍ରପୁର ୭, ବିଷମକଟକ ୩, ରାୟଗଡା ଗ୍ରାମାଞ୍ଚଳ ୨ ଏବଂ କଲ୍ୟାଣସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦ ରେ ପହଞ୍ଚିଥିବା ବେଳେ ୬୦.୫୬ ପ୍ରତିଶତ ହାରରେ ସୁସ୍ଥ ହୋଇ ୨୨୫୩ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି ।
୧୪୪୬ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୪୬୪ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୩୫୪ ସୁସ୍ଥ ହୋଇଛନ୍ତି ଏବଂ ୧୧୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଙ୍ଗର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
