ରାୟଗଡା ( Rabindra patkhandal) : ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥଇିବାରୁ ଜିଲ୍ଲା ପ୍ରଶାସନ ତରଫରୁ ୨୯ ତାରିଖ ଯାଏଁ ରାୟଗଡା ଜିଲ୍ଲାକୁ ଲକ ଡାଉନ ଘୋଷଣା କରାଯାଇଥିଲା । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ତରଫରୁ ପୁଣି ଥରେ ରାୟଗଡା ଜିଲ୍ଲାକୁ ପୁଣି ଥରେ ୩୧ ତାରିଖ ଯାଏଁ ଲକଡାଉନ ଅବଧିକୁ ବଢାଇବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶନାମା ଜାରୀ କରିଛନ୍ତି । ଏହି ଲକଡାଉନ ନିୟମକୁ ଯଦି କୌଣସି ବ୍ୟକ୍ତି ଅବମାନନା କରନ୍ତି ତା ହେଲା ତାଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବି ବୋଲି ମଧ୍ୟ ନିର୍ଦେଶ ଜାରୀ କରାଯାଇଛି ।
ଲକଡାଉନ ସମୟରେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ଦୋକାନ ଖୋଲା ରଖିବା ପାଇଁ ନିର୍ଦେଶ ଥିବା ବେଳେ ଗ୍ରୋସରୀ ଏବଂ ପରିବା ଦୋକାନା ସକାଳ ୭ଟାରୁ ଦିନ ୧୧ଯାଏଁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ବର୍ତମାନ ଜିଲ୍ଲାରେ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଏଥି ସହ ଜିଲ୍ଲାରେ ପେଟ୍ରୋଲିଂ କଡାକଡି କରାଯାଇଛି ।