Odisha news

ରାୟଗଡାରେ ଦିନକରେ ୬୮କରୋନା ଆକ୍ରାନ୍ତ : ଆକ୍ରାନ୍ତ ସଂଖ୍ୟା ୬୦୦କୁ ଛୁଇଁଲା

0

ରାୟଗଡା(Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ଧିରେ ଧିରେ କରୋନା ସ୍ଥିତି ଅଣାୟତ ଆଡ଼କୁ ଗତିକରୁଛି । ଆଜି ଦିନକରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ୬୦୦କୁ ଛୁଇଁଲା । ପୁରୁଷ ଆକାନ୍ତଙ୍କ ସଂଖ୍ୟା ୩୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୩୬ ଥିବା ପିଡି, ଡିଆରଡିଏ ଅମୃତ ଋତୁରାଜ ସୂଚନା ଦେଇଛନ୍ତି ।

ଆକ୍ରାନ୍ତ ୬୮ ଜଣଙ୍କ ମଧ୍ୟରୁ ୧୨ ଜଣ କୋରନା ଯୋଦ୍ଧା ( ପୋଲିସ କର୍ମଚାରୀ ) ମଧ୍ୟ ସାମିଲ ଅଛନ୍ତି । ରାୟଗଡା ସହରରୁ ୨୧ ଏବଂ ଗ୍ରାମାଚଂଳରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ସହରରୁ ୪ କଲୋନରାରୁ ଜଣେ, ଗୁଡାରୀରୁ ୪ ଜଣ, ପଦ୍ମପୁରରୁ ଜଣେ, ରାମନାଗୁଡାରୁ ୭ ଜଣ ଏବଂ ମୁନିଗୁଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତ ମାନେ ସ୍ଥାନୀୟ ତାଡମା, ବିଷମକଟକ ଏବଂ ଗୁଣପୁର କୋଭିଡ କେୟାର ସେଂଟର ଏବଂ ଜେ.କେ.ପୁର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କୌଣସି ପ୍ରକାରେ ବିଚଳିତ ନ ହେବା ପାଇଁ ଜିଲ୍ଲାବାସୀଙ୍କୁ ପିଡି, ଡିଆରଡିଏ ନିବେଦନ କରିଛନ୍ତି ।

କରୋନା ଟେଷ୍ଟ ବଢୁ ଥିବାରୁ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଉଛି, ଏଥି ସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଜିଲ୍ଲାରେ ବୃଦ୍ଧି ପାଉଛି । ବର୍ତମାନ ଜିଲ୍ଲାରେ କୋରନା ରୋଗଙ୍କ ସଂଖ୍ୟା ସହର ଏବଂ ବ୍ଲକର ସଦର ମହକୁମାରେ ଦେଖା ଯାଉଥିବା ବେଳେ ୯୯ ପ୍ରତିଶତ ଗ୍ରାମକୁ କରୋନା ମହାମାରୀ ପ୍ରବେଶ କରିପାରିନାହିଁ, ଯାହା ଜିଲ୍ଲା ପାଇଁ ଖୁସି ଖବର । ବର୍ତମାନ ଜିଲ୍ଲାରେ ସାମାନ୍ୟ କରୋନ ଲକ୍ଷଣ ଥିବା ୪୭ ଜଣ ଘରୋଇ ସଙ୍ଗରୋଧରେ ଅଛନ୍ତି, ଏମାନଙ୍କ ସହ ନିୟୋମିତ ଭାବରେ ଡାକ୍ତର ଯୋଗାଯୋଗ କରି ପରାମର୍ଶ ଦେଉଛନ୍ତି । ଅଗଷ୍ଟ ୫ ସୁଦ୍ଧା ବିଷମକଟକ ଏବଂ ଗୁଣପୁରରେ ୧୪୦୦ ଶଯ୍ୟା କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ କରିବ ବୋଲି ପିଡି,ଡିଆରଡିଏ ସୂଚନା ଦେଇଛନ୍ତି । ତେଣୁ ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ପିଡି, ଡିଆରଡିଏ ଅମୃତ ଋତୁରାଜ ନିବେଦନ କରିଛନ୍ତି ।

Nalco

Leave A Reply