Odisha news

ଶ୍ମଶାନ ଘାଟର ପୁନାରୁର୍ଦ୍ଧାର ପାଇଁ ଦାବୀକଲା ଯୁବ ବିକାଶ

ରାୟଗଡା – ରାୟଗଡା ସହରରେ ଥିବା ସମସ୍ତ ଶ୍ମଶାନ ଘାଟର ପୁନାରୁର୍ଦ୍ଧାର, ଆଲୋକୀ କରଣ ଓ ଶୌଚାଳୟ ନିର୍ମାଣ ପାଇଁ ଦାବୀ କରିଛି ଯୁବ ବିକାଶ ପରିଷଦ । ଏ ନେଇ ଏକ ଦାବୀପତ୍ର ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ରାୟଗଡା ପୌରନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଇନ୍ଦିରା ନଗର ଠାରେ ଥିବା ନାଗାବଳି ହରିଶ୍ଚନ୍ଦ୍ର ଶ୍ମଶାନ ଘାଟ ଦେଇ ସହରର ନିର୍ଦ୍ଦମା ଜଳ ଯିବା ପାଇଁ ବ୍ୟବସ୍ଥା ହୋଇନଥିବାରୁ ସମଗ୍ର ଶ୍ମଶାନ ଘାଟର ମାଟି ଧସି ଯାଇ ନିର୍ଦ୍ଦମାରେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀଦାଶ । ନିର୍ଦ୍ଦମା ଗୁଡିକୁ ପକ୍କା ରାସ୍ତା ନ କରାଯାଇ ପ୍ରତ୍ୟେକ ବର୍ଷ ଶ୍ମଶାନ ମାଟି ରାସ୍ତା ମରାମିତ ନାମରେ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ କରାଯାଉଛି । ତେଣୁ ଉକ୍ତ ଶ୍ମଶାନ ଦେଇ ଯାଇଥିବା ନିର୍ଦ୍ଦମାରେ ପକ୍କା ରାସ୍ତା କରିବା ପାଇଁ ଦାବୀ କରିଛି ଯୁବ ବିକାଶ ପରିଷଦ । ଏଥି ସହ ରାଣିଗୁଡା ଫାର୍ମରେ ଥିବା ଶ୍ମଶାନ ଘାଟର ପୁନରୁର୍ଦ୍ଧାର, ଆଲୋକୀକରଣ, ଶୌଚାଳୟ ଓ ଜଳ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ମଧ୍ୟ ଦାବୀ କରିଛି ଯୁବ ବିକାଶ ପରିଷଦ । ଆଗାମୀ ୧୫ ମଇ ସୁଦ୍ଧା ଶ୍ମଶାନ ଘାଟର ପୁନରୁର୍ଦ୍ଧାର କାର୍ଯ୍ୟ ଆରମ୍ଭ ନ ହେଲେ ୨୩ ମଇ ଠାରୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅନଶନ କରିବୁ ବୋଲି ପ୍ରକାଶ କରିଛନ୍ତି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ । ଦାବୀପତ୍ର ପ୍ରଦାନ ସମୟରେ ଗୋପିନାଥ ଗୌଡ, ଶିବ ପ୍ରସାଦ ପାଢୀ, ସୁରିଆ ଲେଙ୍କା, ଗଣେଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Comments are closed.