ପିପିଲି : ପିପିଲି ଉପନିର୍ବାଚନ ପାଇଁ ପଂଚାୟତସ୍ତରୀୟ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ପରିପ୍ରେକ୍ଷୀରେ ପିପିଲି ବ୍ଲକ ବୀରପୁରୁଷୋତମପୁର ପଂଚାୟତରେ ମଙ୍ଗଳବାର ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟିତ ହେବା ସହ ଏକ ସଂକ୍ଷିପ୍ତ ସଭା ଅନୁଷ୍ଠିତ ହୋଇଥିଲା । ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଏହି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ସହ ଅଂଚଳରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ମଜବୁତ କରିବା ନିମନ୍ତେ ବହୁ ସଂଖ୍ୟାରେ ଭୋଟ ଦେଇ ରୁଦ୍ରପ୍ରତାପଙ୍କୁ ଜିତାଇବା ପାଇଁ ସଂକ୍ଷିପ୍ତ ଭାଷଣରେ ପଂଚାୟତବାସୀଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀରପୁରୁଷୋତମ ପୁର ପଂଚାୟତର ଦଳୀୟ ପର୍ଯ୍ୟବେକ୍ଷକ ରାଜ୍ୟ ସଂପାଦକ ପ୍ରଫୁଲ୍ଲ ସିଂ, ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ- ସାଗରୀକା ମିଶ୍ର, ବିଜୁ ଯୁବ ଜନତା ଦଳର କେନ୍ଦୁଝର ଜିଲ୍ଲା ସଭାପତି ରାକେଶ କୁମାର ରାମ, ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଚିନ୍ମୟ ଦାସ ପ୍ରମୁଖ ମଂଚାସୀନ ହେବା ସହ ଅଂଚଳର ସାମଗ୍ରିକ ବିକାଶ ନିମନ୍ତେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରମା ପାତ୍ର, ଅଂଶୁମାନ ରଶ୍ମି ସାଗର, ଗୌତମ ଲେଙ୍କା, ଶୁଭଦର୍ଶିନୀ ପରିଡା, ଦିପ୍ତୀ ରଂଜନ ଦାସ, ରୋହିତ ସୁନାଙ୍କ ସମେତ ସ୍ଥାନୀୟ ଦଳୀୟ ନେତାମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ସହିତ ଦୈନିକ ରୁଟିନ କାର୍ଯ୍ୟକ୍ରମ ଆଧାରରେ ପର୍ଯ୍ୟବେକ୍ଷକ ଓ ସ୍ୱୟଂ ସହାୟକ ଗୋଷ୍ଠି ମୁଖିଆ ମାନେ ପଂଚାୟତର ୧,୫ ଓ ୬ ନମ୍ବର ଓାର୍ଡର ଖଡିକେରା, ମଣିଚିନା, ପୁରୋହିତ ପୁର, ଲାଉଡଙ୍କି ଆଦି ଗ୍ରାମକୁ ଯାଇ ଘରକୁ ଘର ବୁଲି ରୁଦ୍ରଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।

Comments are closed.