Odisha news

ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ଭିତିଭୂମି ବିକାଶ ପାଇଁ ସଂସଦରେ ଦାବୀ କଲେ ସପ୍ତଗିରି

0

ରାୟଗଡା,୧୫ ।୩ : ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ଭିତିଭୂମିର ବିକାଶ ପାଇଁ ସଂସଦରେ ରେଳ ବଜେଟ ଅଧିବେଶନରେ ଦାବୀ ଉପସ୍ଥାପନ କରିଛନ୍ତି । ବିଶେଷ କରି ଥେରୁବାଲି-ଗୁଣପୁର ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି । ନୂଆପଡା –ଗୁଣପୁର ବ୍ରଡ ଗେଜ ଲାଇନକୁ ଥେରବାଲୁ ପର୍ଯ୍ୟନ୍ତ ( ୭୯.୧୫ ) କି.ମି ଯାଇ ବିସ୍ତାର କରିବା ପାଇଁ ମଧ୍ୟ ପୁଣି ଥରେ ଦାବୀ ଉପସ୍ଥାପନ କରିଥିଲେ ।

ଏଥି ସହ ରାୟଗଡା ଠାରେ ହେବାକୁ ଥିବା ଡିଆରଏମ କାର୍ଯ୍ୟାଳୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଦାବୀ ଉପସ୍ଥାପନ କରିଛନ୍ତି । ଘୋଷଣାର ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ସେପରି କିଛି ଆଖିଦୃଶିଆ କାର୍ଯ୍ୟହୋଇନଥିବା ସାଂସଦ ସପ୍ତଗିରି ଅଭିଯୋଗ କରିଛନ୍ତି । ରେଳ ଡିଭିଡନ ନିମନ୍ତେ ୧୭୦କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ଚଳିତ ବଜେଟରେ ମାତ୍ରେ ୪୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି, ଯ ଦ୍ୱାରା ନିର୍ମାଣ କାର୍ଯ୍ୟରେ ଅନିଶ୍ଚତିତା ଦେଖାଦେଇଛି । ତେଣୁ ସରକାର ଯଥାଶୀଗ୍ର ଡିପିଆର ପ୍ରସ୍ତୁତ କରି ରେଳ ବୋର୍ଡ ନିକଟକୁ ପଠାଇବା ପାଇଁ ମଧ୍ୟ ଦତାବୀ କରିଛନ୍ତି । ଏଥି ସହ ଜୟପୁର-କୋରାପୁଟ ଠାରୁ ଭୂବନେଶ୍ୱର ଭାୟା ରାୟଗଡା-ବ୍ରହ୍ମପୁର ଦେଇ ଦିନରେ ଏକ ଟ୍ରେନ ଚଳାଚଳ କରିବା ପାଇଁ ଦାବୀ ମଧ୍ୟ ଉପସ୍ଥାପନ କରିଛନ୍ତି ।

ଦୀର୍ଘ ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଦାବୀ ଥିଲେ ମଧ୍ୟ ବର୍ତମାନ ଯାଏଁ ଜିଲ୍ଲାବାସୀଙ୍କ ଦାବୀ ପୂରଣ ହୋଇନଥିବା ନେଇ ସାଂସଦରେ ପ୍ରକାଶ କରିଛନ୍ତି ସାଂସଦ । ଗୁଣପୁର ଠାରୁ ଭୂବନେଶ୍ୱର ଭାୟା ଭଦ୍ରକ ଦେଇ ନୂତନ ଇଂଟରସିଟି ଟ୍ରେନ ଚଳାଚଳ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏଥି ସହ ହୀରାଖଣ୍ଡ ଏକ୍ସପ୍ରେସ, ଭବାନୀପାଟଣା ଲିଙ୍କ, ସମଲେଶ୍ୱର ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଗୁଣପୁର-ପଲାସା, ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଚଳାଚଳ ପାଇଁ ଦାବୀ କରିବା ସହ ଗୁଣପୁର-ପୁରୀ ପାସେଜଂର ଟ୍ରନରୁ ଏକ୍ସପ୍ରେସ ଟ୍ରେନ କରିବା, ବିଳାସପୁର –ତିରୁପତି ଟ୍ରେନକୁ ବିଷମକଟକ ଠାରେ ରହଣୀ, ସମଲେଶ୍ୱରୀ ଓ ଇଂଟରସିଟି ଟ୍ରେନ ସିକରପାଇ ଠାରେ ରହଣୀ ସହ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଦେଇ ଟ୍ରେନ ଚଳାଚଳ କରିବା ପାଇଁ ଦାବୀ କରିଛନ୍ତି ସାଂସଦ ସପ୍ତଗିରି । ଏଥି ସହ ଲକ୍ଷମିପୁର,କାକିରିଗୁମ୍ମା, ଦାମନଯୋଡି ଷ୍ଟେସନ ଠାରେ ନୂତନ ପ୍ଲାଟଫର୍ମ ଓ ଫୁଟ ଓଭରବ୍ରିଜ ନିର୍ମାଣ ସହ ପାନୀୟ ଜଳର ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ସାଂସଦ ଦେଇଥିଲେ ।

Leave A Reply