Odisha news

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ମର୍ମା ପଞ୍ଚାୟତ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ

0

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ମର୍ମା ପଞ୍ଚାୟତ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଛି। ସୂଚନା ଯୋଗ୍ୟ ଯେ ଦିର୍ଘ ଏକ ବର୍ଷ ହେବ ଏହି ରାସ୍ତା ନିର୍ମାଣ ଜାରୀ ରହିଛି। ଏହି ରାସ୍ତା ଆନ୍ଧ୍ରର ଭାମିନି ମଣ୍ଡଳ ର ଆନ୍ତର୍ଜଲି ଠାରୁ ଆରମ୍ଭ ହୋଇ ଇରିଡି ଘାଟି ଦେଇ ଗୁଜୁବାଇ ଗ୍ରାମ କୁ ସଂଯୋଗ କରାଯାଉଛି। ଯାହାକି ଆନ୍ଧ୍ର ର ମୁନିଙ୍ଗ୍ ଖୋଳା ଗ୍ରାମ କୁ ଏହି ରାସ୍ତା ସଂଯୋଗୀକରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ତାନୀୟ ଲୋକେ କହୁଛନ୍ତି। ଏହି ରାସ୍ତା ସଂଯୋଗୀକରଣ ମଧ୍ୟରେ ଓଡ଼ିଶା ର ଏକ କିଲୋମିଟର ଠାରୁ ଉର୍ଦ୍ଧ୍ବ ସ୍ଥାନ ରାଜସ୍ଵ ବିଭାଗ ଓ ଜଙ୍ଗଲ ବିଭାଗ ର ରହିଥିବା ବେଳେ କେମିତି କେହି ଜାଣି ପାରିଲେ ନାହିଁ ଏହା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡିଶା ର ପ୍ରାୟ ଏକ କିଲୋମିଟର ଠାରୁ ଉର୍ଦ୍ଧ୍ବ ରାସ୍ତା ଦେଇ   ୭୦ ପ୍ରତିଶତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇସାରିଛି। ଏ ସମ୍ପର୍କରେ ଉପ ଜିଲ୍ଲାପାଳ ଙ୍କୁ ପଚାରିବାରୁ ସେ  କରିଛନ୍ତି ଯେ ସେ ଗତ ୨୦ ତାରିଖ ରେ ସୂଚନା ପାଇଥିଲେ ତତ୍ ପରେ ସେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ବୋଲି କହିଛନ୍ତି। ଶନି ବାର ଦିନ ଉପ ଜିଲ୍ଲାପାଳ ସୋନାଲ ଜେନା, ଗୁଣୁପୁର ବିଡିଓ, ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ କୁ ନେଇ ଘଟଣା ସ୍ଥଳକୁ ଯାଇଥିଲେ। ଓଡିଶା ସୀମା ବୋଲି ଲେଖିବା ପାଇଁ ତୁରନ୍ତ ଏକ ଫଳକ ଲଗାଇବା ପାଇଁ ବ୍ଲକ କର୍ତ୍ତୁପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆନ୍ଧ୍ର ସରକାରଙ୍କୁ ନିର୍ମାଣ କାର୍ଯ୍ଯ ବନ୍ଦ କରିବା ନିମନ୍ତେ ପତ୍ର ପଠାଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। କୋରାପୁଟ ର କୋଟିଆ ପରେ ରାୟଗଡ଼ା ର ମର୍ମା ପଞ୍ଚାୟତ ରେ ଏଭଳି ଘଟଣା ଓଡିଶା ପ୍ରତି ବିପଦ ସୃଷ୍ଟି କରିଛି। ସାଧାରଣ ରେ ପ୍ରଶ୍ନ ଉଠିଛି ଯେ ଏହା ରାଜ୍ୟ ସରକାରଙ୍କ ଅପାରଗତା ନା ଆନ୍ଧ୍ର ସରକାରଙ୍କ ଦାଦା ଗିରି।

Leave A Reply