ରାୟଗଡା (Rabindra Patkhandal)- ଗୋଷ୍ଠୀ ବ୍ୟବହାର ସ୍ଥଳ ପ୍ରୟାସ ଅଧୀନରେ ଦ୍ୱିମୁଣ୍ଡି ଗ୍ରାମରେ ଏକ ସଫେଇ ଅଭିଯାନ ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ ଏକ ବ୍ୟାପକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍କୋର ଏକ ୟୁନିଟ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ନିକଟରେ ଥିବା ଏହି ଗ୍ରାମର ଗ୍ରାମବାସୀଙ୍କର ସକ୍ରିୟ ଅଂଶଗ୍ରହଣ ସହିତ ୟୁଏଆଇଏଲ କର୍ମଚାରୀଙ୍କ ସମ୍ମିଳିତ ପ୍ର୍ରୟାସରେ ଏହା କାର୍ଯ୍ୟକାରୀ ହେଉଛି ।
ଉତ୍କଳର କର୍ମଚାରୀୟଗଣ ଏହି ଗୋଷ୍ଠୀ ଅଭିଯାନ ‘ୱାକ୍ ଆଣ୍ଡ ସ୍ୱିପ୍ ମୁଭ୍ମେଣ୍ଟ‘ରେ ସମ୍ମିଳିତ ପ୍ରୟାସର ନିଦର୍ଶନ ଭାବେ ଅଂଶଗ୍ରହଣ କରି ପାରିପାଶ୍ୱର୍ିକ ଗ୍ରାମରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅଭିଯାନ ସମୟର କୋଭିଡ଼ ନିୟମ ଅନୁଯାୟୀ ନିୟମିତ ବ୍ୟବଧାନରେ ହାତ ସାନିଟାଇଜ କରିବା ପର୍ଯ୍ୟନ୍ତ ମହାମାରୀର କଟକଣାକୁ କଡାକହି ଭାବେ ପାଳନ କରାଯାଇଥିଲା । ୟୁଏଆଇଏଲର ଟିମ୍ ଏବଂ ସିଏସ୍ଓ ସହଭାଗିତ ୱାର୍ଡ (ୱିମେନ୍ ଅର୍ଗାନାଇଜେସନ ଫର୍ ରୁରାଲ ଡେଭଲପମେଣ୍ଟ) ମିଳିତ ଭାବରେ କୋଭିଡ ସଙ୍କଟ ସତ୍ତ୍ୱେ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ କରିପାରିଥିଲେ ।
ୟୁଏଆଇଏଲରୁ ମାନବ ସମ୍ବଳ ମୁଖ୍ୟ ଆର ପି ସିଂ ଏହି ଅଭିଯାନର ଶୁଭାରମ୍ଭ କରିଥିବାବେଳେ ବରିଷ୍ଠ ମ୍ୟାନେଜମେଣ୍ଟ ଟିମ୍ ଶ୍ରୀ ଗୋ÷ରୀ ଶଙ୍କର, ଶ୍ରୀ ରମେଶ ଦୁୱାଡା, ଶ୍ରୀ ରାଜେଶ ପଟନାୟକ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରକାଶକରି ୟୁଏଆଇଏଲ୍ର ୟୁନିଟ ହେଡ ଶ୍ରୀ ମଜରୁଲ୍ଲା ବେଗ୍ ଗ୍ରାମବାସୀ, ୟୁଏଆଇଏଲ କର୍ମଚାରୀବୃନ୍ଦ ଏବଂ ସିଏସ୍ଓ ସହଭାଗିଙ୍କର ଏହି ମହତ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଏବଂ ସଚେତନତା ସୃଷ୍ଟି ପାଇଁ ଆଗକୁ ମିଳିତ ଭାବରେ ଏହିଭଳି ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥିଲେ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାଶ୍ୱର୍ିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯନô, ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ସହିତ ସାମାଜିକ ପ୍ରସଙ୍ଗଗୁକ୍କର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ରହିଛି ।
