Odisha news

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

0

ରାୟଗଡା,୩୦ ।୧୦(Rabindra Patkhandal)-ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱ ମିତବ୍ୟୟିତା ଦିବସ ଉପଲକ୍ଷେ ସୁସଜ୍ଜିତ ସଞ୍ଚୟ ରଥକୁ ସବୁଜ ପତାକା ଦେଖାଇ ମୁଖ୍ୟ ଅତିଥି ଶ୍ରୀପଣ୍ଡା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଉନ୍ନତିମୂଳକ ଯୋଜନାରେ ସ୍ୱଳ୍ପ ସଞ୍ଚୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ତେଣୁ ସମସ୍ତ ସ୍ୱଳ୍ପସଞ୍ଚୟ ଯୋଜନାରେ ଅଂଶଗ୍ରହଣ କରି ଦେଶକୁ ପ୍ରଗତି ପଥରେ ନେବାକୁ ଅତିରିକ୍ତ ଜିଲ୍ଲାପାଳ ପଣ୍ଡା ମହୋଦୟ ନିବେଦନ କରିଥିଲେ । ଏଥି ସହ ନିଜ କଷ୍ଟଅର୍ଜିତ ଧନକୁ ପୋଷ୍ଟ ଅଫିସ କିମ୍ବା କୌଣସି ରାଷ୍ଟ୍ରୟତ ବ୍ୟାଙ୍କରେ ଜମା ରଖିବା ପାଇଁ ପରାମର୍ଶ ଦେବା ସହ ଚିଟଫଣ୍ଡ ସଂସ୍ଥା ଠାରୁ ଦୂରେଇ ରହିବା ପାଇଁ ମଧ୍ୟ କହିଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବ କୁମାର ନାୟକ ସ୍ୱାଗତ ଭାଷଣ ଦେବା ସହ ଆଜିର ଦିବସର ତାପ୍ତର୍ଯ୍ୟ ଉପରେ ନିଜର ମତ ବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁବ୍ରତ ପାଣିଗ୍ରାହୀ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସହ ନିର୍ଦେଶକ,ଡି.ପି.ଏମ.ୟୁ ଗୋଲକ ବିହାରୀ ଦଳେଇ, ଧୀରେନ୍ଦ୍ର କୁମାର ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply