ବୋରିଗୁମ୍ମା (କେ.ସାକିଲି ଦୋରା)—– ବୋରିଗୁମ୍ମା ଥାନା ଅଂଚଳରେ ଜଣେ କାଜୁ ମିଲ ମାଲିକ କୁ ରାସ୍ତାରେ ଅଟକାଇ ଟଙ୍କା ଲୁଟ ଘଟଣାର ର ଫର୍ଦ୍ଧାଫାଶ କରିଛି ବୋରିଗୁମ୍ମା ପୋଲିସ। କାଜୁ ମିଲ ରେ ଡ୍ରାଇଭର ଭାବେ କାମ କରୁଥିବା ଯୁବକ ସହ ରାତ୍ରୀ ଜଗୁଆଳି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି।ଏନେଇ ସ୍ଥାନୀୟ ପୋଲିସ ଏସ ଡ଼ି ପି ଓ କାର୍ଯ୍ୟାଳୟ ରେ ଖବରଦାତା ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ। ପୋଲିସ ର ସୂଚନା ମୁତାବକ ଗତ ୨୦.୧୦.୨୦୨୦ ଦିନ ଶ୍ରୀଲଳିତା ଅମ୍ବିକା କାଜୁ ମିଲ ର ମାଲିକ ଭି.ଭେଙ୍କଟଶ ଜୟପୁର ରୁ ସ୍କୁଟି ଯୋଗେ ବାହାରି କାଜୁ ମିଲ ଥିବା ସ୍ଥାନ ଗୁଜୁନିଗୁଡା କୁ ଯାଉଥିଲେ। ରାସ୍ତାର ଦୋରାଗୁଡା ଓ ଡଙ୍ଗରା ଗ୍ରାମ ମଧ୍ୟବର୍ତ୍ତୀ ଏକ ନୀଳଗିରି ଜଙ୍ଗଲ ମଧ୍ୟରେ କିଛି ଦୁର୍ବୃତ୍ତ ଭେଙ୍କଟଶ କୁ ଅଟକାଇ ଖଣ୍ଡା ଦେଖାଇ ଶ୍ରମିକ ମାନଙ୍କ ପାଉଣା ପାଇଁ ନେଉଥିବା ୨ ଲକ୍ଷ ପଚାଶ ହଜାର ଟଙ୍କା ଲୁଟ କରିବା ସହ ନିଜେ ପିନ୍ଧିଥିବା ସୁନା ଚେନ କୁ ନେଇ ଘଟଣା ସ୍ଥଳରୁ ପଳାଇଯାଇଥିଲେ।
ଘଟଣା ଟି ସକାଳ ୧୦.୩o.ରେ ଘଟିଥିଲା। କାଜୁ ମିଲ ମାଲିକ କୌଣସି ଉପାୟ ନପାଇ ଶେଷରେ ଥାନାକୁ ଆସି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କୁ ସମ୍ପୂର୍ଣ୍ଣ ଘଟଣା ର ବିବରଣୀ କହିବା ସହ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସି ଶ୍ରୀ ମଣ୍ଡଳ ତୁରନ୍ତ ଏକ ଟିମ ଗଠନ କରି ପ୍ରଥମେ ତିନି ଜଣ ଙ୍କୁ ଗୁରଫ ସହ ଦୁର୍ବୃତ୍ତ ଠାରୁ ୩୦ ହଜାର ୩୦୦ଟଙ୍କା, ତିନୋଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି।
ତିନି ଡକାୟତ ମାନେ ହେଲେ ସାଜିମ ଗଣ୍ଡା ଘର ସନ୍ତୋଷପୁର, ଅନ୍ୟ ଜଣେ ହେଲେ କୁମୁ ମୁଦୁଲି ଘର ଗୁଜୁନିଗୁଡା, ତିନି ନମ୍ବର ହେଲେ ଜଗବନ୍ଧୁ ହରିଜନ ଘର ଟେଙ୍କର ଗ୍ରାମ୍ ରେ ବୋଲି ପୋଲିସ କହିଛି। କୁମୁ ମୁଦୁଲୁ କାଜୁ ମିଲ ରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଜଗବନ୍ଧୁ କାଜୁ ମିଲ ରେ ରାତ୍ରୀ ଜଗୁଆଳ ଭାବରେ କାମ କରୁଥିଲା। ତେବେ ଏହି ତିନି ଜଣ ଙ୍କ ସହଯୋଗ ସହଯୋଗ ରେ କିଛି ଜୟପୁର ଅଂଚଳର କିଛି ଦୁର୍ବୃତ୍ତ ଲୁଟ କରିଥିବା ସୂଚନା ଦେଇଛନ୍ତି ପୋଲିସ ଏସ ଡ଼ି ପି ଓ ଶ୍ରୀ ମାଝୀ।ଥାନାରେ ଏକ ମାମଲା କେସ ନମ୍ବର ୧୪୪ / ୨୦୨୦ ସହ ଦଫା ୩୯୫,୩୪ ରୁଜୁ କରାଯାଇ ପ୍ରଥମ ପର୍ଯ୍ୟାୟରେ ତିନି ଡକାୟତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
