Odisha news

୬୧ତମ ପୋଲିସ ଶହୀଦ ଦିବସ ପାଳିତ

0

ରାୟଗଡା,୨୧ ।୧୦ :  ନିଜ ମାଟିର ସୁରକ୍ଷା ପାଇଁ ଶହୀଦ ହୋଇଥିବା ପୋଲିସ ମାନଙ୍କ ସ୍ମୃତି ଉଦ୍ୟେଶରେ ରାୟଗଡା ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଜେ.କେ.ପୁର ଚାନ୍ଦିଲି ସ୍ଥିତ ରିଜର୍ଭ ପୁଲିସ ପଡିଆ ଠାରେ ୬୧ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ନକ୍ସଲ ଏବଂ କୋରନା ଯୋଦ୍ଧାଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳି ଜଣାଇଥିଲେ । ଶହୀଦ ହୋଇଥିବା ଯବାନ ମାନଙ୍କ ଉଦେ୍ଦ୍ୟଶରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ତରଫରୁ ଆସିଥିବା ବାର୍ତାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଢି ଶୁଣାଇଥିଲେ ।

ଚଳିତ ବର୍ଷ ନକ୍ସଲଙ୍କ ସହ ଲଢି ୩ ଜଣ ଯବାନ ଓ ୪୧ ଜଣ କରୋନା ଯୋଦ୍ଧାଙ୍କ ନାମକୁ ସ୍ମୃତିଚାରଣ କରିବା ପରେ ଶହୀଦ ସ୍ତମ୍ଭ ଠାରେ ଯବାନ ମାନଙ୍କ ଉଦେ୍ଦ୍ୟଶରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ସିଆରପିଏଫ ଯବାନ ମାନେ ଭାରତୀୟ ସୀମାନ୍ତର ଲଦାଖ ଅଂଚଳରେ ରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଚୀନ ସୈନ୍ୟ ମାନଙ୍କ ଆକ୍ରମଣର ଶିକାର ହୋଇ ନିଜର ମାତୃଭୂମି ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିଲେ । ସେହି ଦିନଠାରୁ ଏହି ଅଭୁଲ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ୨୧ ଅକ୍ଟୋବରକୁ ଶହୀଦ ଦିବସ ରୂପେ ପାଳନ କରାଯାଉଛି ।

ରିଜର୍ଭ ଇନିସପେକ୍ଟର ନିରଂଜନ ନାୟକଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ପ୍ୟାରଡ ପ୍ରଦର୍ଶନ କରି ଶହୀଦଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । ଏହି ଶହୀଦ ଶ୍ରଦ୍ଧାଜଂଳୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡେଟ ଏଚ.କେ.ରଥ, ଉପଖଣ୍ଡ ଥାନା ଅଧିକାରୀ ତପନ ନାରାୟଣ ରଥ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ ନିଳାମ୍ବର ଜାନୀ ପ୍ରମୁଖ ଯୋଗ ଦେଇ ଶ୍ରହୀଦଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ ।

Leave A Reply