Odisha news

ଖାଦାନରେ ବିସ୍ପୋରଣ ମାମଲା : ନିଳମ୍ବିତ ହେଲେ ତହସିଲଦାର ଅନ୍ୟ ବିଭାଗର ପାଳି କେବେ

0

ରାୟଗଡା,୨୧ ।୧୦ :  ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକ ଓକିଲଗୁଡ଼ା ଗ୍ରାମର ପଥର କ୍ୱାରି ବିସ୍ଫୋରଣ ମାମଲାରେ ରାଜ୍ୟ ସରକାର ପତ୍ର ନଂ ୩୦୭୮୮ ତା ୨୧.୧୦.୨୦୨୦ରିଖ ଦ୍ୱାରା ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି । ତେବେ ଅନ୍ୟ ବିଭାଗର ପାଳି କେବେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ପଥର ଖାଦାନ ବିସ୍ଫୋରଣ ପରେ ଘଟଣାକୁ ଅତି ସମ୍ବେଦିନଶୀଳ ରୁପେ ନେଇଥିଲା ପ୍ରଶାସନ । ଘଟଣାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରିବା ପାଇଁ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗୁଣପୁର ଉପ ଜିଲ୍ଲାପାଳ କେ.ସୁନାଲଙ୍କୁ ଦାୟିତ୍ୱ ଦେଇଥିଲେ ।

ଉପ ଜିଲ୍ଲାପାଳ ନିଜର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ପରେ ଦିର୍ଘ ବର୍ଷ ଧରି ଏହି ପଥର କ୍ୱାରିରେ ବେଆଇନ ଭାବେ ଚାଲିଥିଲା ଯଥା ପ୍ରଦୁଷଣ ବିଭାଗ ଗତ ୧୩ ବର୍ଷ ହେଲା ନିଦା ବିଷ୍ଣୁ ପରି ଚୁପ ଚାପ ରହିଥିଲା । ଜଙ୍ଗଲ ବିଭାଗ କେବେ ଦୃଷ୍ଠି ଦେଇନଥିଲା । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଲା ଗୃହ ବିଭାଗର ଥାନା ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଓକିଲଗୁଡ଼ା ପଥର ଖାଦାନରେ ପ୍ରତିଦିନ ବିସ୍ଫୋରଣ ହେଉଥିବା ସ୍ୱତେ ନିରବ ରହିଥିବା ପୋଲିସ ବିଭାଗକୁ ଏତେ ଅନୁକମ୍ପା କାହିଁକି ଏବଂ ସରକାରୀ ନିୟମ ପ୍ରକାରେ ବିସ୍ଫୋରଣ ମାମଲାରେ ଜିଲ୍ଲାପାଳ ଏବଂ ପୋଲିସର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ । ଏଠାରେ ଏହି ବିଭାଗ ପ୍ରତି କେବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବା ବାକି ରହିଲା ବୋଲି ସ୍ୱେଚ୍ଚାସେବୀ ଆଷୁତୋଷ ବରାଳ କହିଛନ୍ତି ।

ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ଗତ ଏକ ବର୍ଷ ହେଲା ଦାୟୀତ୍ୱ ତୁଲାଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଠି ନଦେବା ଗୁରୁତ୍ୱର ତୃଟି ବୋଲି ଜିଲ୍ଲା ପ୍ରଶାସନ ଅନୁଭବ କରିବା ପରେ ଏହି ଘଟଣାରେ ତହସିଲଦାର ସାବତଙ୍କ ମଧ୍ୟ ଅବହେଲା ରହିଛି ଯଦ୍ୱାରା କି ତିନି ଜଣ ଲୋକଙ୍କ ଜୀବନ ହାନୀ ଘଟିଛି ବୋଲି ନିଜ ସୁପାରିଶରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଲେଖିବା ପରେ ରାଜ୍ୟ ସରକାର ଏହାକୁ ହୃଦବୋଧ କରି ସରକାର ତହସିଲଦାର ସାବତଙ୍କୁ ନିଳମ୍ବନ କରିଛନ୍ତି । ଗତ ଶୁକ୍ରବାର ଦିନ ଗୁଣପୁର ବ୍ଲକ ଓକିଲଗୁଡ଼ା ପଥର କ୍ୱାରି ବିସ୍ପୋରଣ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଥିଲେ ।

ଏହି ଘଟଣା ସମ୍ପର୍କରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ ଗୁଣପୁର ବିଧାୟକ ବା ଯେଉଁ ଜନ ପ୍ରତିନିଧି ଅଛନ୍ତି ସେମାନଙ୍କ ଦାୟୀତ୍ୱ ରହିଛି ନିଜ ଅଞ୍ଚଳରେ କେତେ ପଥର ଖାଦାନ, କେତେ ବାଲିଘାଟ ଏବଂ କେତେ କ୍ରସର ରହିଛି ସେଗୁଡ଼ିକର ସ୍ଥିତି କଣ ଯଦିଓ ବେନିୟମରେ ଚାଲିଛି ସେଗୁଡ଼ିକ କାର୍ଯ୍ୟନୁଷ୍ଠାନ ପାଇଁ ସରକାରଙ୍କୁ ଅବଗତ କରିବା କଥା ଯଦି ଅବଗତ କରିନାହାନ୍ତି । ତେବେ ଜନ ପ୍ରତିନିଧିଙ୍କ ଉପରେ ମଧ୍ୟ ରାଜ୍ୟସରକାର କାର୍ଯ୍ୟନୁଷ୍ଠାନ ହେବା କଥା ।

IEC 2 years
Leave A Reply