କୋରାପୁଟ ଜିଲ୍ଲାର ଜଣେ ପଜେଟିଭ ଚିହ୍ନଟ ହେବା ପରେ ଏବେ ରାୟଗଡ଼ା ଜିଲ୍ଲାର ନିଦ ହଜିଯାଇଛି :ଜିଲ୍ଲାପାଳ ସୀମାକୁ ସିଲ କରିଦେବା ପାଇଁ ଆରକ୍ଷ ଅଧିକ୍ଷକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ରାୟଗଡା (Rabindra patkhandal)- ମାଢି ଅସୁଛି ଉପାନ୍ତକୁ କରୋନା ଦଶମନ୍ତପୁର ଆଉ କେତେ ଦୂର ବୋଲି ପ୍ରଶ୍ନ କରୁଛନ୍ତି ରାୟଗଡ଼ା ଲୋକେ । କରୋନା ଆତଙ୍କର ଭୟାଭୟ ମାଢି ଆସିଛି ଅଭିଭୁକ୍ତ କୋରାପୁଟ ଜିଲ୍ଲାର ହୃଦୟ କୁହାଯାଉ ଥିବା ଦଶମନ୍ତପୁରକୁ ଯେତେବେଳେ ଆସି ପହଞ୍ଚିଲା କରୋନା ସେଠାରେ ଜଣେ ପଜେଟିଭ ଚିହ୍ନଟ ହେବା ପରେ ଏବେ ରାୟଗଡ଼ା ଜିଲ୍ଲାର ନିଦ ହଜିଯାଇଛି । ମାତ୍ର ୯୫ କିଲୋମିଟରରେ ଦୂରରେ ଥିବା ଦଶମନ୍ତପୁରକୁ ମାଢି ଆସି ଥିବାବେଳେ ରାୟଗଡ଼ା ଆଉ କେତେ ଦୂର ବୋଲି ଜଣେ ଆରକୁ ପ୍ରଶ୍ନ କରୁଛନ୍ତି । ଗୋଟିଏ ପଟେ ସରକାରଙ୍କ ସବୁ ଦୋକାନ ବଜାର ଖୋଲିବା ପାଇଁ କୋହଳ ମନବୁତ୍ତି ରାୟଗଡ଼ା ଜିଲ୍ଲାରେ ଡ଼ିଲା ଅନୁଶାସନ ଫଳରେ ଲୋକେ ଆତଙ୍କିତ ହୋଇ ଉଠିଛନ୍ତି ।
ଏପଟେ ଜିଲ୍ଲାର ସୀମାନ୍ତକୁ ଲାଗି ରହିଥିବା ପୋଢଶୀ ଆନ୍ଧ୍ର ପ୍ରଦେଶରେ ୧୧ ହଜାର ୭୭ରୁ ଉର୍ଦ୍ଦ କରୋନା ପଜେଟିଭ ଚିହ୍ନଟ ହୋଇସାରିଛି । ମାଲ ପରିବହନ ନାମରେ ହଜାର ହଜାରଟ୍ରକ ଆନ୍ଧ୍ର ପ୍ରଦେଶରୁ ରାୟଗଡ଼ା ଜିଲ୍ଲା ଭିତରକୁ ମାଡି ଆସୁଛି । ବିଭିନ୍ନ ଭାରି ସାମଗ୍ରୀ ନେଇ ଅସୁଥିବା ଏହି ଡ୍ରାଇଭର ମାନେ ପରୀକ୍ଷା ନିରୀକ୍ଷାରୁ ବାଦ ପଡ଼ିଛନ୍ତି । ସେମାନଙ୍କ ଠାରୁ କେବେ କରୋନା ଗ୍ରାସିବ ବୋଲି ଲୋକେ ଭୟଭିତ ହୋଇ ରହିଥିବା ବେଳେ ଦଶମନ୍ତପୁର ଠାରେ ଜଣେ କରୋନା ଥିବା ସ୍ୱଷ୍ଟ ହୋଇଛି । ସିମାନ୍ତରେ ଥିବା ଆନ୍ଧ୍ର ପ୍ରଦେଶ ହେଉ ବା ସୀମାନ୍ତରେ ଥିବା ନାରାୟଣପାଟଣା, ବନ୍ଧୁଗାଁ କିମ୍ବା ସୀମାନ୍ତ କେରେଡ଼ା ସାଂଗକୁ ଜିଲ୍ଲାର ରାମନାଗୁଡ଼ା ନିକଟରେ ଥିବା କାଟିକି କେଦାରପୁର ଗ୍ରାମ ଏବଂ ଗୁଣପୁର ଉପଖଣ୍ଡ ବାତିଲି, ଗଟଳପଦର ଏବଂ ଗୁଣପୁର ଗଜପତି ନିକଟସ୍ଥ କାଶୀନଗର ହେଉ ଗଳାବାଟର ଅଭାବ ନାହିଁ ।
ପାହାଡ଼ିଆ ରସ୍ତା ଠାରୁ ପାଦଚଲା ବାଟ ରହିଛି । ଅନ୍ୟପଟେ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଆନ୍ଧ୍ର ପ୍ରଦେଶ ସହ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କର ଲେଉଟାଣି ଏବେ ଜିଲ୍ଲାକୁ ବିପତି ଆଣିଦେବ ବୋଲି ଲୋକେ ଆଶା ଓ ଆଶଙ୍କା ଭିତରେ ଜୀବନଯାପନ କରୁଛନ୍ତି । ପ୍ରଶାସନ ପ୍ରବେଶ ଦ୍ୱାରକୁ ବନ୍ଦ କରିଦେଇଥିବା ବେଳେ ସୀମାକୁ ଲାଗିରହିଥିବା ଛୋଟ ଛୋଟ ଗାଁ ଦେଇ ଏହି ଦାଦନ ଶ୍ରମିକ ମାନେ ରାତିର ଅନ୍ଧାରେ ଜିଲ୍ଲା ଭିତରେ ପ୍ରବେଶ କରୁଛନ୍ତି । ଏବଂ ରାତି ଭିତରେ ନିଜ ଗାଁକୁ ପହଞ୍ଚିବା ପାଇଁ ଅପ୍ରାଣ ଉଦ୍ଧ୍ୟମ କରୁଛନ୍ତି । ଦକ୍ଷିଣ ଭାରତରେ କରୋନାର ସ୍ଥିତି ଉଦ୍ବେଗ ଜନକ ରହିଥିବା ବେଳେ ସେଠାରୁ ଦାଦନ ଖଟି ଫେରୁଥିବା ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ରହିଥାଏ ପାରେ ବୋଲି ଏବେ ଜିଲ୍ଲାବାସୀଙ୍କ ନିଦ ହଜିଯାଇଛି । ଆଜି ଜିଲ୍ଲାପାଳ ସୀମାନ୍ତ ଗାଁ ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟନକରି ସୀମାକୁ ସିଲ କରିଦେବା ପାଇଁ ଆରକ୍ଷ ଅଧିକ୍ଷକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।