ଭୁବନେଶ୍ୱର : ସାରା ବିଶ୍ୱ କୋଭିଡ୍ – ୧୯ ଭୁତାଣୁ ବା କରୋନା ରୋଗ ସଂକ୍ରମଣରେ ଆକ୍ରାନ୍ତ ବା ଭୟଭିତ ହୋଇଥିବା ବେଳେ ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀ, ଉଚ୍ଚ ଆରକ୍ଷୀ କତୃପକ୍ଷ୍ୟ, ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପ୍ରତିହତ କରିବା ପାଇଁ ଦିନରାତି ଚେଷ୍ଠା କରୁଛନ୍ତି । ତେଣୁ ଏହି ସଂକ୍ରମଣ ଭୟରେ ଲୋକମାନେ, ଶ୍ରମିକ ମାନେ, ନିରାସ୍ରୟମାନେ କାମଧନ୍ଦା ହରାଇ ଭୁବନେଶ୍ୱର ସହରରେ ଭୋକ ଉପାସରେ କାଳତିପାତ କରୁଛନ୍ତି । ଏହି ଅସୁବିଧାକୁ ହୃଦୟଙ୍ଗମ କରି ରାଜ୍ୟସରକାର, ବିଭିନ୍ନ ଅନୁଷ୍ଟାନ ସାହାଯ୍ୟର ହାତ ବଢ଼ାଉଥିଲେ ମଧ୍ୟ ଏହି ଲୋକଙ୍କର ଅସୁବିଧା ଆଦୌ ଦୁରହୋଇପାରୁନାହିଁ । ଠିକ୍ ଏହି ସମୟରେ ଭୁବନେଶ୍ୱର ଗଙ୍ଗନଗର ଫେଜ୍-୨ ସ୍ଥିତ ସ୍ୱିଟି ହାଉସିଂ ୱେଲଫେୟାର ସୋସାଇଟି ଏହାର ପାରୁପଣେ ଏହି ଲୋକମାନଙ୍କୁ ମେ-୩ ତାରିଖ ପର୍ଯ୍ୟନ୍ତ ଶୁସ୍କ ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେଉଅଛି । ଅନେକ ଦିନରୁ ଏହି ଖାଦ୍ୟ ବଂଟନ ପ୍ରକ୍ରିୟା ଆରମ୍ଭ କରାଗଲାଣି ବୋଲି ସୋସାଇଟିର ସେକ୍ରେଟାରୀ ସିଏମ୍ଏ ନିରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି । ଏହି ଲକ୍ଡ଼ାଉନ୍ ସମୟରେ ସୋସାଇଟିର ସଭାପତି ସୋମନାଥ ରଥ, ଉପ ସଭାପତି ଆରକେ ପଣ୍ଡା, ଅବସରପ୍ରାପ୍ତ କର୍ଣ୍ଣେଲ ଏସ୍.ପି ପଟ୍ଟନାୟକ, ଏକେ ଜେନା, ଅନ୍ତର୍ଯାମି ପାତ୍ର ପ୍ରମୂଖ ମାଷ୍ଟର କାଂଟିନ୍ ପ୍ରଇଭେଟ୍ ବସଷ୍ଟାଣ୍ଡ, ରସୁଲଗଡ଼ ଓଭରବ୍ରିଜ ଅଣ୍ଡର ପାସ୍, ନୟାପଲ୍ଲି ଦୁର୍ଗା ମଣ୍ଡପ ଆଦି ଅଂଚଳରେ ଏ ପ୍ରକାର ଖାଦ୍ୟ ଦୈନିକ ୫୦୦ ଜଣଙ୍କୁ ପ୍ରାଦାନ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ, ଯେକୌଣସି ବିପର୍ଯ୍ୟୟ ସମୟରେ ଏହି ସୋସାଇଟିର ୫୪ ପରିବାର ଓ ୩୦୦ ବାସିନ୍ଧା ସହାୟତା କରିବାକୁ ସଦାବେଳେ ଉଦ୍ୟମ କରିଥାନ୍ତି ।