ରାୟଗଡା,୮ ।୪(Rabindra patkhandal)- ରାୟଗଡା ସଦର ବ୍ଲକ କୁମୁଟିପେଣ୍ଠ ଗ୍ରାମରେ ଥିବା ୪ ଗୋଟି କପା ମିଲ ଉପରେ ଅତିରିକ୍ତ ତହସିଲଦାର ସୁନିଲ ଖରା ଏବଂ ଚାନ୍ଦିଲି ପୋଲିସ ମିଳିତ ଭାବେ ଚଢଉ କରିଥିଲେ । କରୋନା କଟକଣା ନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପନୁଷ୍ଠାନ ଗୁଡିକ ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦେଶ ଜାରୀ କରାଯାଇଥିଲା । କିନ୍ତୁ ପ୍ରଶାସନର ନିର୍ଦେଶକୁ ଅବମାନନା କରି ଜଗନ୍ନାଥ ମିଲ,ହନୁମାନ ମିଲ, ଶ୍ରୀଅଞ୍ଜନେୟା କଟନ ଏବଂ ଜିଙ୍କ୍ ମିଲ ଏବଂ ଶ୍ରୀସାଇ ଓ ପ୍ୟାକିଂ ପ୍ରାଇଭେଟ ଲିମିଟେଡ୍ ୪୭ ଜଣ ଶ୍ରମିକଙ୍କ ନେଇ କାମ ଜାରୀ ରଖିଥିଲେ । ସେଥି ମଧ୍ୟରୁ ୨୩ ଜଣ ମହିଳା ଶ୍ରମିକ ଥିଲେ । ତେବେ ଲକଡାଉନ ଚାଲୁଥିବା ବେଳେ ଏବଂ ରାତିରେ ମହିଳା ଶ୍ରମିକା ମାନେ କାମ କରିବାର ନିୟମ ନଥିବା ବେଳେ କିପରି ମିଲ ବାହାରେ ତାଲା ଦେଇ ଭିତରେ କାମ ଚାଲୁଥିଲା ତାହା ତଦନ୍ତ ସାପେକ୍ଷ । ତେବେ ଏ ନେଇ କମା ମିଲ ମାଲିକ ମାନଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାର ତଦନ୍ତ କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ ବୋଲି ଅତିରିକ୍ତ ତହସିଲଦାର ସୁନିଲ ଖରା ପ୍ରକାଶ କରିଛନ୍ତି । ଚଢଉ ସମୟରେ ଡିଏସପି ଅପୁର ଅଭିଶେଖ ବେହେରା ଓ ଏସଆଇ ଗିରିଶ ଚନ୍ଦ୍ର ମହାରଣାଙ୍କ ସମେତ ପୋଲିସ ଟିମ ଉପସ୍ଥିତ ଥିଲେ ।