Odisha news

ରାୟଗଡା : ପରିବା ବଜାର ସ୍ଥାନାନ୍ତରିତ ନେଇ ପ୍ରଶାସନର ନିଷ୍ପତି

0

ରାୟଗଡା,୮ ।୪(rabindra patkhandal)- ଲକ ଡାଇନ ପରିସ୍ଥିତିରେ ପରିବା ଏବଂ ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏଥି ସହ ଅନ୍ୟୁନ ୧ ମିଟର ସାମିଜକ ଦୂରତା ରକ୍ଷା କରିବା ନିମନ୍ତେ ପ୍ରଶାସନ ତରଫରୁ କୁହାଯାଉଥିଲେ ମଧ୍ୟ ତାହା ଭିଡ ଯୋଗୁଁ ସଠିକ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ନେଇ ପରିବା ଏବଂ ଆମିଷ ବଜାରକୁ ଅସ୍ଥାୟୀ ଭାବେ ଜିସିଡି ହାଇସ୍କୁଲ ପଡିଆ ଠାରେ ଚଲାଇବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି । ଏ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ, ପିଡି ଡିଆରଡିଏ ଅମୃତ ଋତୁରାଜ, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ଜିସିଡି ହାଇସ୍କୁଲ ପିଡିଆ ଠାରେ କେଉଁ ବଜାର କେଉଁ ଠାରେ ବସିବ ସେ ନେଇ ଏକ ମ୍ୟାପ ପ୍ରସ୍ତୁତ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ସ୍ଥାନାନ୍ତାରିତ କରାଯିବ ବୋଲି ସୂଚନା ମିଳିଛି ।

Leave A Reply