Odisha news

ସୋଏମଆଇ ଓ ରାଜପରିବାର ପକ୍ଷରୁ ବାରିପଦାର ୧୦୮ ପୂଜକଙ୍କୁ ରାସନ ସାମଗ୍ରୀ ବଣ୍ଟନ

0

ବାରିପଦା : କରୋନା ମହାମାରୀ ଯୋଗୁଁ ଏବେ ସମସ୍ତେ ଚିନ୍ତିତ ଥିବାବେଳେ ବାରିପଦା ସହରର ବିଭିନ୍ନ ମନ୍ଦିର ଓ ମଠମାନଙ୍କର ପୂଜକମାନେ ଏବେ ଘୋର ଆର୍ଥୀକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୂଜକମାନଙ୍କୁ ସହାୟତାର ହାତବଢାଇଛନ୍ତି ସୋଏମଆଇ ଫାଉଣ୍ଡେସନ ଓ ମୟୂରଭଞ୍ଜ ରାଜପରିବାର ।

ଏହି ଅବସରରେ ବାରିପଦା ଷ୍ଟାଡିୟମ ଠାରେ ମୟୂରଭଞ୍ଜ ରାଜପରିବାର ଓ ସୋଏମଆଇ ଫାଉଣ୍ଡେସନ ପୃଷ୍ଟ କୋଷକତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଯୋଗଦେଇ ବାରିପଦା ସହରର ବିଭିନ୍ନ ମନ୍ଦିର ଓ ମଠର ୧୦୮ପୂଜକଙ୍କୁ ୧୫ଦିନର ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ସୋଏମଆଇ ଫାଉଣ୍ଡେସନ ବାରିପଦା ଚାପ୍ଟର ମୁଖ୍ୟ ବିଭୁଦତ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା ।

Leave A Reply