Odisha news

ଜିବିନଗର ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ପ୍ରବାସୀଙ୍କ କଥା ବୁଝିଲେ ମୟୂରଭଞ୍ଜ ଲୋକସଭା ସାଂସଦ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ଗସ୍ତ କରି ପ୍ରବାସୀ ଓଡିଆ ମାନଙ୍କର ସମସ୍ତ କଥା ପଚାରି ବୁଝିବା ସହ ବାତ୍ୟା ଆମ୍ପାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ମଧ୍ୟ ପରିଦର୍ଶନ କରିଥିଲେ । କେଉଁଠି ବିଦୁ୍ୟତ୍ କାଟର ସମସ୍ୟା ତ କେଉଁଠି ପିଇବା ପାଣିର ସମସ୍ୟା ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନ ଇତ୍ୟାଦିରେ ଅନିୟମିତତା ହେଉଥିବାର ଅଭିଯୋଗମାନ ସାମ୍ନାକୁ ଆସିଥିଲା ।

ସାଂସଦଙ୍କ ସହ ଉଦଳା ବିଧାୟକ ଭାସ୍କର ମଢେଇ ଓ ଜିଲ୍ଲାପରିଷଦ ସଭ୍ୟ ନରେନ୍ଦ୍ର ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଗସ୍ତ ଶେଷରେ ଗୋପବନ୍ଧୁନଗର ବ୍ଲକ କାର୍ଯ୍ୟାଳୟକୁ ଯାଇ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା । ସମୀକ୍ଷା ବୈଠକରେ ବିଡିଓ, ଅତିରିକ୍ତ ତହସିଲଦାର ଏବଂ ମାର୍କେଟିଂ ଇନ୍ସିପେକ୍ଟର ଉପସ୍ଥିତ ଥିଲେ । ଗସ୍ତ ସମୟରେ ସାମ୍ନାକୁ ଆସିଥିବା ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇ କିପରି ସମାଧାନ କରାଯାଇପାରିବ ସେ ଦିଗରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏତତ୍ବ୍ୟତୀତ ବର୍ତ୍ତମାନ ସୁଦ୍ଧା ବ୍ଲକରେ କୋଭିଡ୍-୧୯କୁ ମୁକାବିଲା କରିବା ପାଇଁ କି ପ୍ରକାରର ବ୍ୟବସ୍ତା ସାଙ୍ଗକୁ ଡିସଟ୍ରିବିଉଶନସ ସିସ୍ଟମର ଶତପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି କି ନାହିଁ ସେ ବିଷୟରେ ମଧ୍ୟ ସମୀକ୍ଷା କରାଯିବା ସହ ବର୍ତ୍ତମାନ ପ୍ରବାସୀମାନଙ୍କ ଆଗମନ, ରହଣୀ, ଖାଦ୍ୟପେୟର ବ୍ୟବସ୍ଥା ତଥା ରକ୍ତ ନମୁନା ପରୀକ୍ଷା ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ । ବିଡିଓଙ୍କ ରିପୋର୍ଟ ମୁତାବକ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋଟ୍ ୩୯୭ ଜଣ ପ୍ରବାସୀ ଆସିଥିବାର ଜଣାପଡିଛି ଏବଂ ସେଥିମଧ୍ୟରୁ ୧୨୪ ଜଣଙ୍କର କ୍ୱାରାଣ୍ଟାଇନରେ ରହିବା ସମୟ ସରିଯାଇଥିବା କାରଣରୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି । ଏହି ଗସ୍ତ ସମୟରେ ବିଜେପିର ବରିଷ୍ଠ ନେତା ନିହାର ରଞ୍ଜନ ମୋଦୀ, ଉଦଳା ପୂର୍ବତନ ନଗରପାଳ ସୌଭାଗ୍ୟ ସାହୁ, ବରିଷ୍ଠ ବିଜେପି ନେତା ଶାନ୍ତନୁ ମଢୁଆଳ ଏବଂ ଗିରିଜା ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply