Odisha news

ଛତ୍ରପୁର ଏବଂ ଆଖପାଖ ଅଂଚଳରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ

0

ଛତ୍ରପୁର 29/6 : ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ଶ୍ରୀ ଜିଉଙ୍କ ଏହି ସୁନା ବେଶକୁ ଦର୍ଶନ କରିବା ଲାଗି ବହୁ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ଭିଡ ଜମାଇଥିଲେ । ଆଜି ବଡ ଏକାଦଶୀ ଥିବାରୁ ସକାଳୁ ସକାଳୁ ମହାପ୍ରଭୁଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଆଳତି ହୋଇଥିଲା । ପରେ ଅପରାହ୍ନରେ ତିନି ଠାକୁରଙ୍କୁ ସୁନା ବେଶ ରେ ସୁସଜ୍ଜିତ କରାଯାଇଥିଲା । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା । ସେହିପରି ସହରର ଅପର ବସଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର, ଦାସିରି ଜଗନ୍ନାଥ ମନ୍ଦିର, ଛତ୍ରପୁର ବ୍ଲକର ଟାଙ୍ଗଣାପଲ୍ଲୀ, ନରେନ୍ଦ୍ରପୁର, ଚମାଖଣ୍ଡି, ବିପୁଳିଙ୍ଗୀ ସ୍ଥିତ ବିରସିଂହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଶ୍ରୀ ଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି ।

Leave A Reply